ଡା. ରାହାସ ବିହାରୀ ମହାପାତ୍ର ସ୍କୃତି କମିଟିର ବୈଠକ

Spread the love

ରାଉରକେଲା, ୨୮/୧୦/୨୦ (ସନ୍ଧାନ ନିଉଜ) : ଡାକ୍ତର ସ୍ୱର୍ଗତଃ ରାହାସ ବିହାରୀ ମହାପାତ୍ର ସ୍ମୃତି କମିଟି ବୈଠକ ସାରନଗରୀ ସ୍ଥିତ ପୂର୍ଣ୍ଣାନନ୍ଦ ମାର୍କେଟ ଠାରେ କମିଟିର ଆବାହକ ପି. ପି. ରାୟଙ୍କ ଅଧ୍ୟକ୍ଷତାରେ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ଆୟୋଜିତ ହୋଇଯାଇଛି । ଉକ୍ତ ଆଡ଼ହକ କମିଟି ବୈଠକରେ ଡା. ଫକୀର ଚରଣ ହୋତା ସଭାପତିତ୍ୱ କରିଥିଲେ । ଏହି ବୈଠକରେ ବରିଷ୍ଠ ସାମାଜିକ କର୍ମୀ, ଶିକ୍ଷାବିତ, ସଂଗଠକ, ବୁଦ୍ଧିଜିବୀ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ ।  ଡା. ସ୍ୱର୍ଗତଃ ରାହାସ ବିହାରୀ ମହାପାତ୍ର ଦୀର୍ଘ ୪ ଦଶନ୍ଧି ଧରି ସମଗ୍ର ସୁନ୍ଦରଗଡ଼ ଜିଲାରେ ଗାୟତ୍ରୀ ପରିବାର ମୁଖ୍ୟ ଭାବେ ନିଜକୁ ଜନକଲ୍ୟାଣ କାର୍ଯ୍ୟରେ ନିୟୋଜିତ କରିଥିଲେ । ସ୍ୱର୍ଗତଃ ମହାପାତ୍ରଙ୍କ ଚିନ୍ତା, ଚେତନା, ସ୍ୱପ୍ନ, ସଂକଳ୍ପକୁ ସାକାର ରୂପରେଖ ଦେବା ପାଇଁ ଉକ୍ତ ବୈଠକରେ ବିଶଦ ଭାବେ ଆଲୋଚନା କରାଯାଇଥିଲା ।
ପବିତ୍ର ଗାୟତ୍ରୀ ପୀଠରେ ସ୍ୱର୍ଗତଃ ଡା. ଆର.ବି. ମହାପାତ୍ରଙ୍କ ପ୍ରତିମୂର୍ତି ସ୍ଥାପନ ସହ ଦକ୍ଷିଣ ରାଉରକେଲାର ରଙ୍ଗୋଲି ଛକକୁ ସ୍ୱର୍ଗତଃ ମହାପାତ୍ରଙ୍କ ନାମରେ ନାମିତ କରିବାକୁ ଆଲୋଚନା ହୋଇଥିଲା । ସେହିପରି  ଆସନ୍ତା ନଭେମ୍ବର ୮ ତାରିଖ ରବିବାର ପୂର୍ବାହ୍ନରେ ସାରନଗରୀର ଗାୟତ୍ରୀ ପୀଠରେ ସ୍ୱର୍ଗତଃ ଡାକ୍ତର ମହାପାତ୍ରଙ୍କ ସହଧର୍ମିଣୀ ଅଧ୍ୟାପିକା ଡ. ମଂଜୁଶର୍ମା ମହାପାତ୍ରଙ୍କ ନେତୃତ୍ୱରେ ଏକ ବୈଠକର ଆୟୋଜନ କରାଯିବାକୁ ସ୍ଥିରିକୃତ ହୋଇଛି । ମୁଖ୍ୟ ଟ୍ରଷ୍ଟି ଭାବରେ ଶ୍ରୀମତୀ ଡ. ମହାପାତ୍ରଙ୍କୁ ଚୟନ କରାଯିବା ସହ ଏକ ପୂର୍ଣ୍ଣାଙ୍ଗ କମିଟି ତାଙ୍କ ନେତୃତ୍ୱରେ ଗଠନ କରାଯାଇ ସ୍ୱର୍ଗତଃ ଡା. ମହାପାତ୍ରଙ୍କ ଅଧୁରା ସ୍ୱପ୍ନ ଯେପରି, ସାରନଗରୀ ଗାୟତ୍ରୀ ପୀଠର ଉନ୍ନତିକରଣ,ଏକ ଜରାଶ୍ରମ ପ୍ରତିଷ୍ଠା, ସାଂସ୍କୃତିକ ଅନୁଷ୍ଠାନ, ଦାତବ୍ୟ ଚିକିତ୍ସାଳୟ, ବ୍ୟାୟାମ ଶାଳା ଆଦି ନିର୍ମାଣ କରାଯିବା ପାଇଁ ସଂକଳ୍ପ ନିଆଯିବ ବୋଲି ଡା. ରାହାସ ବିହାରୀ ମହାପାତ୍ର ସ୍କୃତି କମିଟି ପକ୍ଷରୁ ଏକ ପ୍ରେସ ବିବୃତିରେ ପ୍ରକାଶ କରାଯାଇଛି । ଉକ୍ତ ବୈଠକରେ ଶାନ୍ତୁନୁ ମୁଦାଲି, ଚିତରଂଜନ ନନ୍ଦ, ମୂରଲୀ ଗୌଡ଼, ଖଗେଶ୍ୱର ଦାଶ, ବସନ୍ତ ଜେନା, କାହ୍ନୁଚରଣ ସୂତାର, ତ୍ରିନାଥ ଦାସମୋହିନୀ, ରାଜୁ ମାନସିଂହ, ରାଜକିଶୋର ଭଂଜଙ୍କ ସମେତ ଅନେକ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ । ବୈଠକ ଶେଷରେ କବି ରବୀନ୍ଦ୍ର କୁମାର ବେହୁରିଆ ଧନ୍ୟବାଦ ଅର୍ପଣ କରିଥିଲେ ।
ଶାରଦୀୟ ଆସର ଆଲୋଚନା
ରାଉରକେଲା:  ସାରନଗରୀ ସ୍ଥିତ ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦର ଶାରଦୀୟ ଆସର ସାହିତ୍ୟ ଆଲୋଚନା ଓ ସଭାପତି ମନୋନୟନ ପରିଷଦର କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗୋପବନ୍ଧୁ ପ୍ରଗତି ପରିଷଦ ଠାରେ ଅନୁଷ୍ଠିତ ହୋଇ ଯାଇଛି । ବୈଠକ ପ୍ରାରମ୍ଭରେ ସାହିତ୍ୟର ବିଭିନ୍ନ ଦିଗ ଉପରେ ଶଚିନ୍ଦ୍ର କୁମାର ସ୍ୱାଇଁ ଓ ପ୍ରସନ୍ନ କୁମାର ନନ୍ଦ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସେହିପରି ମା’ ଦୁର୍ଗାଙ୍କ ବିଭିନ୍ନ ରୂପର ବର୍ଣ୍ଣନା ହରପ୍ରିୟା ପରିଡ଼ା ଓ ହରିହର ବେହେରାଙ୍କ ଦ୍ୱାରା କରାଯାଇଥିଲା । ପରେ କବି ସୁଶାନ୍ତ କୁମାର ନାୟକଙ୍କ ପ୍ରସ୍ତାବରେ ହରିହର ବେହେରାଙ୍କୁ ଆଗାମୀ ୩ ବର୍ଷ ପାଇଁ ସଭାପତି ଭାବେ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହାକୁ ଶଚୀନ୍ଦ୍ର କୁମାର ସ୍ୱାଇଁ ସମର୍ଥନ ଜଣାଇଥିଲେ । ପ୍ରକାଶ ଥାଉକି, ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କ ବିୟୋଗ ପରେ ଉକ୍ତ ସଭାପତି ପଦବୀ ଖାଲି ରହିଥିଲା । ସେହିପରି ଉପସଭାପତି ଭାବେ ସୁଶାନ୍ତ କୁମାର ନାୟକ ଓ କୋଷାଧ୍ୟକ୍ଷ ଭାବେ ଅଜୟ କୁମାର ବିଶ୍ୱାଳଙ୍କୁ ସର୍ବସମ୍ମତି କ୍ରମେ ମନୋନୟନ କରାଯାଇଥିଲା । କେବଳ କାର୍ଯ୍ୟକାରୀ ସଭ୍ୟସଭ୍ୟାଙ୍କୁ ନେଇ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ବୈଠକର ଆୟୋଜନ କରାଯାଇଥିଲା । ବୈଠକରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଗୌରାଙ୍ଗ ଦାଶ, ଉପସଭାପତି ବିଜୟ କୁମାର ମହାନ୍ତି, ଲକ୍ଷ୍ମୀ ପଣ୍ଡା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment