ଦେଓ ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ଜିଲ୍ଲାପାଳ

Spread the love

କରଞ୍ଜିଆ , ୨୧/୧୦ ( ସନ୍ଧାନ ନ୍ୟୁଜ୍):-  ଦୀର୍ଘ ୨୮ ବର୍ଷ ପୂର୍ବେ କରଂଜିଆ ବ୍ଳକ୍ ହାତୀବାରିଠାରେ ଦେଓ ଜଳସେଚନ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା । ହେଲେ ବିସ୍ଥାପନ ସମସ୍ୟା ଯୋଗୁଁ କାର୍ଯ୍ୟ ଶେଷ ହୋଇପାରିନାହିଁ। ତେବେ ପାଞ୍ଚପୀଢ଼ ଉପ-ଜିଲ୍ଲାପାଳ ଭାବେ ଡ. ରଜନୀକାନ୍ତ ବିଶ୍ବାଳ ଯୋଗ ଦେବା ପରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ବିସ୍ଥାପିତଙ୍କ ସହ ଚାରିଥର ଆଲୋଚନା କରାଯାଇଛି। ସେହିପରି ବୁଡ଼ି ଅଞ୍ଚଳ ମିରିଗୀନେଣ୍ଡି ପଞ୍ଚାୟତ ଓ ଦୁଧିଆଣି ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନଙ୍କ ମଧ୍ୟ ସହଯୋଗ ଲୋଡ଼ାଯାଇଛି। ଅନ୍ୟପକ୍ଷରେ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ ପ୍ରକଳ୍ପ କାମ ସାରିବା ନେଇ ସମୀକ୍ଷା ପରେ ସମୀକ୍ଷା କରିଚାଲିଛନ୍ତି । ଏହି କ୍ରମରେ ଆଜି ମଧ୍ୟ ସେ ଦେଓ ଜଳସେଚନ ପ୍ରକଳ୍ପ ଡକବଙ୍ଗଳାରେ କାର୍ଯ୍ୟର ଅଗ୍ରଗତି ନେଇ ତୃତୀୟ ସମୀକ୍ଷା ବୈଠକ କରିଥିଲେ। ଏହି  ଅବସରରେ ସେ ଯେମିତି ବି ହେଉ ଆଗାମୀ ରବିଋତୁ ବେଳକୁ ବନ୍ଧରେ ପାଣି ଗଚ୍ଛିତ କରାଯିବ ଏବଂ ତାହା କେନାଲ୍‌ରେ ଛଡ଼ାଯିବ ବୋଲି କହିଛନ୍ତି। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ଭରଦ୍ଵାଜଙ୍କ ସହ ପିଡି ଡିଆରଡିଏ ଭବେଶ କୁମାର ନାୟକ, ପାଞ୍ଚପୀଢ଼ ଉପ-ଜିଲ୍ଲାପାଳ ଡ. ରଜନୀକାନ୍ତ ବିଶ୍ବାଳ, ଉପଖଣ୍ଡ ପୁଲିସ ଅଧିକାରୀ ସତ୍ୟବିକାଶ ଭୂୟାଁ, କରଞ୍ଜିଆ ବିଡ଼ିଓ ଡ. ଶିବାଶିଷ ବରାଳ, କରଞ୍ଜିଆ ତହସିଲଦାର ତାପସ ରଞ୍ଜନ ଦେହୁରୀ, ଦେଓ ଜଳସେଚନ ବାଦଲ କୁମାର ସାହୁ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ଅନୀଲ କୁମାର ପାଣିଗ୍ରାହୀ, । ଅଧିକାରୀ ଦୁଃଖବନ୍ଧୁ ନାୟକ ପ୍ରମୁଖ ପ୍ରକଳ୍ପର ନିର୍ମାଣ ମୁଖୀ ଯନ୍ତ୍ରୀ ଇଂ ସ୍ଵତନ୍ତ୍ର ଭୂ-ଅର୍ଜନ ଓ ଥଇଥାନ ଆଲୋଚନାରେ ଯୋଗ ଦେଇ ଅଂଶଗ୍ରହଣ କରିଥିଲେ।

Related Posts

About The Author

Add Comment