ଝାରପୋଖରିଆ, ୧୧/୧୦(ସନ୍ଧାନ ନ୍ୟୁଜ୍) :- ୪୯ କଂର ଜାତୀୟ ରାଜପଥ ଜାମଶାଳା ନିକଟସ୍ଥ ପୁରୁଣାପାଣି ଡାହି ସାହି ନିକଟରେ ଜନୈକ ଯୁବକ ଛିଡ଼ା ହୋଇଥିବାବେଳେ ଏକ ଟ୍ରକ୍ ଧକ୍କା ଦେବାରୁ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ନୁ ଆଗାଁ ଗ୍ରାମର ଜାସେନ ହଂସଦାଙ୍କ ପୁଅ ଲବ ହାଁସଦା (୨୧) । ସୂଚନା ଅନୁଯାୟୀ (ପି ବି-୧୧ ସି ଏଚ ୬୩୪୧)ର ବିଶିଷ୍ଟ ଏକ ଟ୍ରକ ଦୃତଗତିରେ ଆସି ଲବକୁ ଧକ୍କା ଦେଇ ପଳାଇଥିଲା। ଖବରପାଇ ଝାରପୋଖରିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ଚିକିତ୍ସା ନିମନ୍ତେ ବାରିପଦାସ୍ଥ ପିଆରଏମ ମେଡି କାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ | ଏବାବଦରେ ତାଙ୍କ କକା ଦାଖୀନ ହଂସଦାଙ୍କ ଲିଖୁ ତ ଅଭିଯୋଗ ପରେ ଝାରପୋଖରିଆ ଥାନାରେ ୧୦୯/୨୦ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ପୁଲିସ ସମ୍ପୃକ୍ତ ଟ୍ରକକୁ ଜବତ କରି ଥିବା ବଳେ ଡ୍ରାଇଭର ଫେରାର ଥିବା ପୁଲିସ ସୂତ୍ରରୁ ପ୍ରକାଶ ।
ଟ୍ରକ ଧକ୍କାରେ ଯୁବକ ମୃତ
|
October 12, 2020 |
