ଭୁବନେଶ୍ଵର, ୦୮/୧୦/୨୦ (ସନ୍ଧାନ ନିଉଜ) :- ଗୋଷ୍ଠୀ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା କରୋନା ଯୋଦ୍ଧା ତଥା ଡାକ୍ତର କୁନାଲ ପାତ୍ରଙ୍କ ଆଜି ସକାଳେ ଭୁବନେଶ୍ଵର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହାଇଯାଇଛି । ତାଙ୍କର ଏହି ମହାମାରୀ ସମୟରେ ରକ୍ତଚାପ ଓ ମଧିମେହ ବୃଦ୍ଧି ହେବାରୁ ଏକ ଘରୋଇ ହସ୍ପିଟାଲରେ ପ୍ରଥମେ ଚି କିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେ ଜୁଲାଇ ୨୫ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ପଜିଟିଭ ଯୋଗୁଁ ବାରିପଦା କୋଭିଡ ହସ୍ପିଟାଲରେ ଭର୍ତ୍ତି ହେଇ ଚିକିତ୍ସିତ ହେଉଥିଲେ । ସେଠାରେ ୧୦ ଦିନରେ ଭଲ ହୋଇ ଫେରିଥିଲେ । କିଛି ଦିନ ପରେ ମଧିମେହ ବଢି ଯିବାରୁ ଏକ ଘରୋଇ ଡାକ୍ତରଖାନାରେ ସେପ୍ଟେମ୍ବର ୨୬ ତାରିଖରେ ଆଡ଼ମିଶନ ହେଇଥିଲେ । ସେଠାରୁ ଗୁରୁତର ହେବାରୁ ଭୁବନେଶ୍ୱର ରେଫର ହୋଇଥିଲେ ପୁଣି ଗତ ମାସ ୨୯ ତାରିଖରେ ସେଠାରେ ଦ୍ବିତୀୟ ଥର କରୋନାରେ ପୀଡ଼ିତ ହୋଇଥିବାର ସୂଚନା ଦେଇଥିଲେ ଡାକ୍ତରଖାନା କର୍ତ୍ତୁ ପକ୍ଷ । ସେଠାରେ ଚିକିସିତ ହେଉଥିବା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଛି । ସୂଚନାଯୋଗ୍ୟ ଯେ ତାଙ୍କ ନିଜ ପୈତୃକ ଗ୍ରାମ ରରୁଆଁ ବ୍ଲକ ଅନ୍ତର୍ଗତ ବୁଡ଼ାମରା ଠାରେ ହୋଇଥିବା ବେଳେ ପ୍ରାୟ ୨୨ବର୍ଷ କାଳ ଅ ନ ବ ର ତ ଭାବରେ ସେ ଶୁକୃଳି ଗୋଷ୍ଠୀ ଚିକିତ୍ସାଳୟରେ ରୋଗୀଙ୍କ ସେବା କରି ଆସୁଥିଲେ । ସେ ଜଣେ ପରୋପକାରୀ, ଦୟାଳୁ, ମିଷ୍ଟଭାଷୀ ମଣିଷ ଭାବରେ ପରିଗଣିତ ଥିଲେ । ତାଙ୍କର ଏହି ଅଚାନକ ମୃତ୍ୟୁ ଖବର ମିଳିବା ପରେ ଏଠାରେ ଶୋକରେ ଛାୟା ଖେଳିଯାଇଛି । କରଞ୍ଜିଆ – ଉପଜିଲ୍ଲାପାଳ ଡ଼ ରଜନୀ କାନ୍ତ । ବିଶ୍ବାଳ ତାଙ୍କ ପୈତୃକ ଗୃହକୁ ଯାଇ ତାଙ୍କ ପରିବାରର ଲୋକମାନଙ୍କୁ ସାନ୍ତ୍ରନା ପ୍ରଦାନ କରିଥିଲେ । ଡାକ୍ତର କୁନାଲ ପାତ୍ର ସହିଦ ହୋଇଥିବାରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆ ଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।
କରୋନାରେ ଡାକ୍ତର କୁନାଲ ପାତ୍ରଙ୍କ ଦେହାନ୍ତ
|
October 8, 2020 |
