୧୨୭ ସିଆରପିଏଫ୍ ବାଟାଲିୟନ୍ ପକ୍ଷରୁ”ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍”କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ବାଲିଗୁଡ଼ା: 2/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ଭାରତ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିୟମ ଅନୁଯାୟୀ ୧୨୭ ସିଆରପିଏଫ୍ ବାଟାଲିୟନ୍ ପକ୍ଷରୁ ଫିଟ୍ ଇଣ୍ଡିଆ ଫ୍ରିଡମ୍ ଇଣ୍ଡିଆ ରନ୍ ଦୁଇଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୨୭ ସିଆରପିଏଫ୍ ବାଟାଲିୟନର କମାଣ୍ଡାଣ୍ଟ୍ ଆନନ୍ଦ ଝା ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କୋଭିଡ୍-୧୯ର ସମସ୍ତ ନିୟମ ଅନୁଯାୟୀ ବାଲିଗୁଡ଼ା ୧୨୭ ବାଟାଲିୟନ୍ ମୁଖ୍ୟାଳୟରୁ ପାଞ୍ଚ କିଲୋମିଟର ପରିଧି ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କମାଣ୍ଡାଣ୍ଟ୍ ଝା ଙ୍କ ସମେତ ଦ୍ବିତୀୟ କମାଣ୍ଡାଣ୍ଟ ଅଧିକାରୀ ସୁଖବିର୍ ସିଂ,ମୁରଲୀ ମୋହନ ମୋୖଲି,ଆସିଷ୍ଟାଣ୍ଟ କମାଣ୍ଡାଣ୍ଠ ବିଜୟ ଚୋବେଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଏବଂ ଅନେକ ଜବାନ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମୁଖ୍ୟତଃ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳ ବାସୀଙ୍କ ମନୋବଳ ବୃଦ୍ଧି କରିବା ସହ ଅଞ୍ଚଳବାସୀ କିଭଳି ନିଜକୁ ଫିଟ୍ ରଖିବେ ଏବଂ ନିଜ ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବେ ସେନେଇ ଜନସାଧାରଣଙ୍କୁ ସିଆରପିଏଫ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଇଛି ବୋଲି କହିଛନ୍ତି ୧୨୭ କମାଣ୍ଡାଣ୍ଟ୍ ଝା । ଏଥିସହିତ ସମସ୍ତ ବର୍ଗର ଲୋକମାନେ ନିଜକୁ ଫିଟ୍ ରଖନ୍ତୁ ଏବଂ ମହାମାରୀ କରୋନାସହ ମୁକାବିଲା କରନ୍ତୁ । ସରକାରଙ୍କ ନିୟମ ମାନି ଆମେ ଚଳିଲେ କରୋନା ହାରିବା ଏବଂ ଦେଶ ଜିତିବ ବୋଲି କହିଛନ୍ତି ୧୨୭ ସିଆରପିଏଫ୍ ବାଟାଲିୟନ୍ କମାଣ୍ଡାଣ୍ଟ୍ ।

Related Posts

About The Author

Add Comment