ବାଲିଗୁଡାରେ ଅନଲାଇନ ଗୃହଟିକସ ଆଦାୟ ଶୁଭାରମ୍ଭ

Spread the love

ବାଲିଗୁଡା, ୦୧/୧୦/୨୦ (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ବିଜ୍ଞାପିତ ଅଂଚଳ ପରିଷଦର ଗୃହ ଟିକସ ଏବଂ ଏମପିଓଏସ ମେସିନ ମାଧ୍ୟମରେ ଅନଲାଇନନରେ ଗୃହ ଟିକସର ଅଦାୟ ଏନଏସି ଅଧକ୍ଷ ଲୋକନାଥ ପାଢୀ, ବାଲିଗୁଡା ଏକ୍ସିସ ବ୍ୟାଙ୍କର ଶାଖା ପରିଚାଳକ ଦୀପକ ଦାସ ଓ ଜିଲ୍ଲା ସଂଯୋଜିକା ଲୀନା ଦାସ ପ୍ରମୁଖ ଉପସ୍ଥିତ ରହି ଏହି ମେସିନ ଶୁଭାରମ୍ଭ କରିଛନ୍ତି ।ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦରେ ଥିବା ସମସ୍ତ ଗୃହର ଲୋକେ ଅନଲାଇନ ମାଧ୍ୟମରେ ଗୃହ ଟିକସ ଦେବେ । ବୁଧବାର ଏହି ଶୁଭାରମ୍ଭରେ ଏନଏସି ଅଧକ୍ଷ ଲୋକନାଥ ପାଢୀ ନିଜ ବାସଗୃହର ଟିକସ ପ୍ରଥମେ ଦେଇ ଏହାର ଶୁଭାରମ୍ଭ କରିଛନ୍ତି । କୋଭିଡ ପାଇଁ ଚଳିତ ବର୍ଷର ସେପ୍ଟେମ୍ବର ଓ ଅକ୍ଟୋବର ମାସର ଟିକସ ଉପରେ ଶତକାଡା ଦଶଭାଗ ଛାଡ କରାଯାଇଛି । ବାଲିଗୁଡାରେ ଏହିଭଳି ଗୃହ ଟିକସ ପ୍ରଥମ ଥର ପାଇଁ ଅନଲାଇନରେ ଆଦାୟ କରାଯାଉଛି ଓ ଘରର ଭେଲୁଏସନ ଦେଖି ବାର୍ଷିକ ଟିକସ ଆଦାୟ କରାଯାଉଛି ବୋଲି ଏନଏସି କାର୍ଯ୍ୟାଳୟ ତରଫରୁ ସୁଚନା ଦିଆଯାଇଛି ।

Related Posts

About The Author

Add Comment