ମଇଳାଖାଦାନରେ କରୋନା ମୃତକଙ୍କ ଶବଦାହ ବନ୍ଦ କରାଯିବା ଦାବିରେ ରାସ୍ତା ଅବରୋଧ

Spread the love

ବାରିପଦା, ୨୬/୯(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା) :ବାରିପଦା ପୌରୀଚଳରେ ୨୨ ନମ୍ବର ୱାର୍ଡର ମଇଳାଖାଦାନ ମଧ୍ୟରେ କରୋନା ଆକ୍ରାନ୍ତ ମୃତକଙ୍କ ଶବଦାହ ବନ୍ଦ କରାଯିବା ଦାବିରେ ସଂପୃକ୍ତ ୱାର୍ଡର ରଘୁନାଥପୁର ବାସିନ୍ଦା ଏବଂ ଲକ୍ଷ୍ମୀପୋଷି ଫଚାୟତ ବାସିନ୍ଦାଙ୍କ ପକ୍ଷରୁ ବାରିପଦା ପୌରପରିଷଦର ପୂର୍ବତନ ନଗରପାଳ ରାଜଶିବନାରାୟଣ କିସ୍ତୁ ଏବଂ ଫଚାୟତର ମୁଖୁଆ ଫକୀର ସିଂ ପ୍ରମୁଖଙ୍କ ନେତୃତ୍ବରେ ଆଜି ପୂର୍ବାହ୍ନ ୯ଟାରୁ ଦୀର୍ଘ ଚାରି ଘଣ୍ଟା ଧରି ରାସ୍ତାରୋକ କରାଯାଇଥିଲା । ଫଳରେ ଉଭୟ ପଟେ ଯାନବାହନ ଅଟକି ରହିଥିଲା । ଖବର ପାଇ ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ, ବାରିପଦା ସଦର ଏସଡିପିଓ କେକେ ହରିପ୍ରସାଦ ଓ ପୌରପରିଷଦ ଯନ୍ତ୍ରୀ ମନମୋହନ ମହାପାତ୍ର ପ୍ରମୁଖଙ୍କ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ଏହି ଦାବି ସଂପର୍କରେ ଗୁରୁବାର ପୌରୀଚଳ କାର୍ଯ୍ୟାଳୟରେ ଆଲୋଚନା କରାଯିବାର ପ୍ରତିଶ୍ରୁତି ଦେଇଥିଲେ। ଆନ୍ଦୋଳନକାରୀଙ୍କ ପକ୍ଷରୁ ବାରିପଦା ପୌରପରିଷଦକୁ ଦିଆଯାଇଥିବା ୫ ଦଫା ସମ୍ବଳିତ ଦାବି ପତ୍ରରେ ଦର୍ଶାଯାଇଛି ଯେ ଗତ ୫ ଦିନ ହେଲାଣି ହଠାତ୍ ଉକ୍ତ ମଇଳା ଖାଦାନରେ ବର୍ଜ୍ୟବସ୍ତୁ ପକାଇବା ପରିବର୍ତ୍ତେ କରୋନା ମହାମାରୀ ଦ୍ବାରା ମୃତ ବ୍ୟକ୍ତିମାନଙ୍କ ଶବଦାହ ଆରମ୍ଭ କରାଯାଇଛି । ଏହି ସ୍ଥାନରେ ହଠାତ୍ ଶବଦାହ କରିବା କିମ୍ବା ଶ୍ମଶାନର କୌଣସି ସୁବନ୍ଦୋବସ୍ତ କରା ନ ଯାଇ ଶବଦାହ କରାଯାଉଛି । ଯଦ୍ୱାରା ବାୟୁମଣ୍ଡଳରେ ପ୍ରବଳ ଦୁର୍ଗନ୍ଧ ସୃଷ୍ଟି ହେବା ଯୋଗୁଁ ଆଖପାଖ ଅଂଚଳ ବାସିନ୍ଦା ଭୟଭୀତ ହୋଇ ରହିଛନ୍ତି । ଯଦିଚ ବାରିପଦା ପୌରୀଚଳରେ ଏକାଧିକ ଶ୍ମଶାନ ଘାଟ ରହିଥିବା ସତ୍ତ୍ୱେ ରାତାରାତି ମଇଳାଖାଦାନ ମଧ୍ୟରେ ଶବଦାହ ସମସ୍ତ ଅଂଚଳବାସୀଙ୍କ ମନରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ଦୀର୍ଘ ଦିନ ଧରି ଚାଲି ଆସିଥିବା ମଇଳାଖାଦାନ ମଧ୍ୟରେ । ମୃତକୁକୁର ଆଦିଙ୍କୁ ଏଣେତେଣେ ଫିଙ୍ଗି ଦେଇଯାଉଥିବାର ଅନେକ ଦୁର୍ଗନ୍ଧ ହେବା ସହିତ ପରିବେଶ ଦୂଷିତ ହେଉଛି । ଏଥିସହିତ ଖରାଦିନରେ ବର୍ଜ୍ୟବସ୍ତୁ ଗୁଡିକରେ ନିଆଁ ଲାଗି ମାସ ମାସ ପର୍ଯ୍ୟନ୍ତ ଧୂଆଁ ସୃଷ୍ଟି ହେବା ଦ୍ୱାରା ବାୟୁମଣ୍ଡଳରେ ଦୂଷିତ ବାୟୁ ମଧ୍ୟ ପ୍ରବାହିତ ହେଉଛି । ପୌରୀଚଳର ସମସ୍ତ ଅଂଚଳର ମଳି ସବୁ ନିର୍ଦ୍ଦିଷ୍ଟ ସ୍ଥାନରେ ପକା ନ ଯାଇ ଗେଟ୍ ସମ୍ମୁଖରେ ପକାଇବା ଦ୍ବାରା ପରିବେଶ ମଧ୍ୟ ଦୂଷିତ ହେଉଛି । ଏଣୁ ଏହିସବୁ ଦୃଷ୍ଟିରୁ କରୋନା ମହାମାରୀ ଦ୍ବାରା ମୃତ ଶବଦାହକୁ ମଇଳାଖାଦାନ ଅଂଚଳରେ ତୁରନ୍ତ ବନ୍ଦ କରାଯିବା ସହିତ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବାକୁ ଦୃଢ ଦାବି କରାଯାଇଛି । ପୂର୍ବତନ ନଗରପାଳ ଶ୍ରୀକିସ୍କୁଙ୍କ ସମେତ ଫକୀର ସିଂ, ନରେନ୍ଦ୍ର ହାଁସଦା, ରଣଜିତ କୁମାର ଦାସ, ମୁକେଶ ମୁଖୀ, ମଧୁ ହେମ୍ରମ, ବାଘରାୟ ମାଣ୍ଡି, ଗୌରାଙ୍ଗ ଚରଣ ଦାସ, ମନୋରଂଜନ ଜେନା, ସନ୍ତୋଷ ପଲେଇ, ଦୁର୍ଯ୍ୟୋଧନ ସିଂ, ମାନ ମାଣ୍ଡି, ରେଣ୍ଢା ମାଣ୍ଡି ପ୍ରମୁଖ ବହୁ ସଂଖ୍ୟାରେ ଆନ୍ଦୋଳନରେ ସାମିଲ ଥିଲେ।

Related Posts

About The Author

Add Comment