ରାଜ୍ୟ ସଭାରେ ଶୁଭିଲା ‘ଜୟ ଗୋରାମ’ଧୂନୀ

Spread the love

ବେତନଟୀ ୨୫/୯(ସନ୍ଧାନ ନ୍ୟୁଜ୍ ):  ଭାରତ ବର୍ଷର ରାଜ୍ୟ ସଭାରେ ମୟୂରଭଞ୍ଜ ଜିଲ୍ଲାରେ ବହୁଳ ଭାବେ ବସବାସ କରୁଥିବା କୁଡୁମୀ ସଂପ୍ରଦାୟର ପୂଜ୍ୟ ଦେବତା ‘ଜୟ ଗୋରାମ’ ଧ୍ବନୀ ଗୁଞ୍ଜରିତ ହୋଇଛି । ମୟୂରଭଞ୍ଜ ଜିଲ୍ଲା ବିଜେଡି ଦଳରୁ ରାଜ୍ୟ ସଭା ସାଂସଦ ଭାବେ ନିର୍ବାଚିତ ହୋଇ ଯାଇଥିବା ମମତା ମହାନ୍ତ ବୁଧବାର ରାଜ୍ୟ ସଭାରେ ତାଙ୍କର ଦାବି ଉପସ୍ଥାପନ କରିଛନ୍ତି । ଏହି ଦାବି ଉପସ୍ଥାପନ କରି ସାରିବା ପରେ ସେ ଚିରାଚରିତ ରୀତି ରେ ଜୟ ଗୋରାମ ବୋଲି ସମ୍ବୋଧନ କରିଥିଲେ । ମମତାଙ୍କୁ ନିଜର ସଂପ୍ରଦାୟ ପ୍ରତି ଥିବା ନିଷ୍ଠା, ପାରମ୍ପରିକ ଦେବାଦେବୀଙ୍କ ପ୍ରତି ଶ୍ରଦ୍ଧା ଏଥିରୁ ପ୍ରତିପାଦିତ ହୋଇଥିବା ଜଣାପଡିଛି । ମମତା ତାଙ୍କର ପ୍ରମୁଖ ଦାବି ମଧ୍ୟରେ କୁଡ଼ୁମୀ ସଂପ୍ରଦାୟକୁ ପୁର୍ନବାର ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାକୁ ଦାବି କରିଛନ୍ତି । କୁଡୁମୀ ସଂପ୍ରଦାୟର ରହଣୀ, ସହଣୀ ସବୁ ଆଦିବାସୀ ବା ଜନଜାତି ସହିତ ସମତୁଲ ବୋଲି ଜଣା ପଡିଛି । ଏହା ବ୍ୟତୀତ ଏମାନେ ଆଦିବାସୀ ଓ ଜନଜାତିଙ୍କ ଭଳି ଜଙ୍ଗଲ, ପାହାଡ ଓ ପ୍ରାକୃତିକ ବୈଭବ ଉପରେ ନିର୍ଭରଶୀଳ । ଏମାନେ ପ୍ରକୃତିର ପୂଜକ ମଧ୍ୟ । ଦାବି ଉତ୍ଥାପନ ବେଳେ ପୂର୍ବରୁ ଏହି ସଂପ୍ରଦାୟକୁ ଅନୁସୂଚିତ ଜନଜାତି ର ମାନ୍ୟତା ମିଳିବା ସହ ୧୯୫୬ରେ ଉଛେଦ କରାଯାଇଥିଲା । ସଂପ୍ରଦାୟର ସାମଗ୍ରୀକ ବିକାଶ ଉନ୍ନତି ପାଇଁ ପୁଣି କୁଡୁମୀ ସଂପ୍ରଦାୟକ ଜନଜାତି ମାନ୍ୟତା ମିଳିବା ଦରକାର ବୋଲି ମମତା କହିଛନ୍ତି । ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଢ଼, ବାଲେଶ୍ବର, ଯାଜପୁର ଓ ଅନ୍ୟାନ ଜିଲ୍ଲାରେ ଅନ୍ୟୁନ ୩୦ ଲକ୍ଷ କୁଡ଼ୁମୀ ବସବାସ କରୁଛନ୍ତି । ଓଡ଼ିଶା ଜନ ସାଧାରଣଙ୍କ ମଧ୍ୟରେ  ଗୋଟିଏ ସଂପ୍ରଦାୟର ଏତେ ବିଶାଳ ପ୍ରତିନିଧିତ୍ଵ ରହିଛି । ତେବେ ଏହି ଦାବି କରିବା ପରେ ବେତନଟୀ, ଶୁଖିଲାହାର, ନଣ୍ଡାଶୋଳ, ମହୁଲିଆ, ଶଗଡଭଙ୍ଗା, ଧନପୁର, କୁଣ୍ଢେଇ, ଭାଲୁ ବସା, ଖଡିଶୋଳ, ପଣ୍ଡୁଗଡିଆ, ରେଣୁଗାଁ, ଆମ୍ବଯୋଡା ଓ ଆଖପାଖ କୁଡୁମୀ ଗ୍ରାମ ଗୁଡିକରେ ଖୁସିର ଲହରୀ ଖେଳିଯାଇଛି । କୁଡୁମୀ ସଂପ୍ରଦାୟକୁ ଜନଜାତି ମାନ୍ୟତାକୁ ନେଇ ଓଡ଼ିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ବିହାରରେ ମଧ୍ୟ ଦାବି ଯୋର ଧରିବା ସହିତ ଆନ୍ଦୋଳନ ମଧ୍ୟ ବଳବତ୍ତର ରହିଛି ।

Related Posts

About The Author

Add Comment