ବାରିପଦା ୭୨ ଘଣ୍ଟା ସତ୍ତାଉନ୍

Spread the love

ବାରିପଦା, ୨୩/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା):-  ଜିଲ୍ଲାରେ କରୋନା ସଂକ୍ରମଣରେ ନୂଆ ହଟ ସାଜିଛି ବାରିପଦା ପୌରପରିଷଦ ଚଳିତ ମାସରେ ଏଠାରେ କରୋନା ବିକ୍ଟୋରକ ରୂପ ଧାରଣ କରିଛି। ଚଳିତ ମାସରେ ଆଜିସୁଦ୍ଧା ବାରିପଦାରେ ୮୦୫ରେ ପହଞ୍ଚିସାରିଲାଣି କରୋନା ବଢୁଥିବା କରୋନାର ପ୍ରଭାବକୁ ଦୃଷ୍ଟିରେ ରଖି ବାରିପଦା ବ୍ୟବସାୟୀ ସଂଘ ପକ୍ଷରୁ ଆସନ୍ତା ରବିବାର, ସୋମବାର ଏବଂ ମଙ୍ଗଳବାର ବାରିପଦା ୩ ଦିନିଆ ସଡାଉନ୍ କରିବାକୁ ନିଷ୍ପତି ନିଆଯାଇଛି। ଏହି ତିନିଦିନ ବାରିପଦା ପୌରପରିଷଦରେ ଦୋକାନବଜାର ସମ୍ପୂର୍ଣ୍ଣ ବନ୍ଦ ରହିବା ନେଇ ନିଷ୍ପତି ନିଆଯାଇଛି । ଏନେଇ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ମାଇକ୍ ଯୋଗେ ସୂଚନା ଦିଆଯିବା ସେହିପରି ସନ୍ଧ୍ୟା ୭ଟାରୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ପୂର୍ବଭଳି ବନ୍ଦ ରହିବାନେଇ ମଧ୍ୟ ସୂଚନା ଦିଆଯାଇଛି। ବାରିପଦାରେ କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବାକୁ ବାରିପଦା ବ୍ୟବସାୟୀ ସଂଘ ପକ୍ଷରୁ ଏହି ନିଷ୍ପତି ହୋଇଥିବା ଜଣାପଡ଼ିଛି।

Related Posts

About The Author

Add Comment