ବାରିପଦା ଅଫିସ, ୨୧ /୯ (ସନ୍ଧାନ ନ୍ୟୁଜ୍):-ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁକୁ ନେଇ ମୟୂରଭଞ୍ଜ ଜିଲା ବାରିପଦା ବାଙ୍କିଶୋଳସ୍ଥିତ କୋଭିଡ ଡାକ୍ତରଖାନାରେ ଶନିବାର ଉତ୍ତେଜନା ପ୍ରକାଶ ପାଇଛି। କରୋନାରେ ଚିକିତ୍ସାଧୂନ ରୋଗୀଙ୍କ ସମ୍ପର୍କରେ ପରିବାର ଲୋକଙ୍କୁ କୌଣସି ସୂଚନା ପ୍ରଦାନ କରାଯାଉ ନ ଥିବା ଅଭିଯୋଗ କରି ସମ୍ପର୍କୀୟମାନେ ହୋହଲ୍ଲା କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅପରାହ୍ନରେ ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଛି ।
ଶୁକ୍ରବାର ରାତିରେ ଜଣେ ରୋଗୀଙ୍କ ମୃତ୍ୟୁ ହେବା ନେଇ ପରିବାର ଲୋକେ ଖବରପାଇ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ସେଠାରେ ଉତ୍ତେଜନା ଆରମ୍ଭ ହୋଇଥିଲା । ଶନିବାର ସକାଳୁ ଶହ ଶହ ସଂଖ୍ୟାରେ ଲୋକମାନେ ଡାକ୍ତରଖାନା ସମ୍ମୁଖରେ ରହି ଅବ୍ୟବସ୍ଥା ସମ୍ପର୍କରେ ପାଟିତୁଣ୍ଡ କରିଥିଲେ। ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା କରାଯାଇ ନ ଥିବାରୁ ମୃତ୍ୟୁ ହୋଇଥିବା ମୃତକଙ୍କ ସମ୍ପକୀୟ ଧରଣୀ କୁମାର ଦେ ଅଭିଯୋଗ କରିଛନ୍ତି । ଜିଲାପରିଷଦ ସଦସ୍ୟ ବ୍ରଜମୋହନ ବେହେରା କହନ୍ତି, ବୈଶିଙ୍ଗା ଅଞ୍ଚଳରୁ ଜଣେ ରୋଗୀଙ୍କୁ ଆଣିବା ପରେ ଦୀର୍ଘ ୨ ଘଣ୍ଟାରୁ ଉଦ୍ଧି ଆମ୍ବୁଲାନ୍ସରୁ ଓହ୍ଲାଯାଇ ନ ଥିଲା । ପରିବାର ଲୋକେ କହୃର୍ପକ୍ଷଙ୍କୁ ଚିକିତ୍ସା ବାବଦରେ କହିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ କଥାକୁ କୌଣସି ଗୁରୁତ୍ବ ଦିଆଯାଉ ନ ଥିଲା। ଅନ୍ୟପକ୍ଷେ ରାଇରଙ୍ଗପୁର କିଚିଣ୍ଡା ଗ୍ରାମର ଚନ୍ଦନ ବେହେରା କହିଛନ୍ତି, ତାଙ୍କ ମା’ଙ୍କୁ ଗତ ୭ତାରିଖରେ କୋଭିଡ, ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରିବା ପରେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା ବୋଲି କର୍ତ୍ତୃପକ୍ଷ ଜଣାଇଥିଲେ। ମାତ୍ର ପୁଣି କେହି ଜଣେ ବ୍ୟକ୍ତି ତାଙ୍କ ମା’ ବଞ୍ଚିଥିବା ଖବରଦେବାରୁ ପରିବାର ଲୋକେ ଡାକ୍ତରଖାନା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସିଡିଏମ୍ଓଙ୍କ କାର୍ଯ୍ୟାଳୟକୁ । ଦୌଡିଥିଲେ । କିଛି ସମୟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ମା’ ମୃତ ବୋଲି ଘୋଷଣା କରିବା ପରେ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । କୋଭିଡ ଡାକ୍ତରଖାନା ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ଏଭଳି ପରିସ୍ଥିତି ଉପୁଜୁଛି। ଘଟଣାସ୍ଥଳରେ ଅତିରିକ୍ତ ଏସ୍ପିଙ୍କ ସହ ଫୋର୍ସ ମୁତୟନ କରାଯାଇଥିବା । ବେଳେ ଜିଲ୍ଲା ଚିକିତ୍ସାଧୁକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।



