ଭିନ୍ନକ୍ଷମକୁ ବଞ୍ଚିବାର ରାସ୍ତା ଦେଖାଇଲା ସମାଜ ଦର୍ପଣ ହେଲ୍ପ ଗ୍ରୁପ୍
ଭିନ୍ନକ୍ଷମକୁ ବଞ୍ଚିବାର ରାସ୍ତା ଦେଖାଇଲା ସମାଜ ଦର୍ପଣ ହେଲ୍ପ ଗ୍ରୁପ୍
Santosh Rout |
September 14, 2020 |
ଜେନାପୁର, ୧୪/୦୯ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) ଦୀର୍ଘ ୩ ବର୍ଷ ଧରି ପକ୍ଷାଘାତ ରେ ପଡିରହିଥିବା ବିନୋଦ କୁ ସାହାଯ୍ୟର ହାତବଢ଼େଇଲା ସମାଜ ଦର୍ପଣ ହେଲ୍ପ ଗ୍ରୁପ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇଚନ୍ଦା ଗ୍ରାମ ପଞ୍ଚାୟତ ଅଧିନ ସିଧପାଳ ଗ୍ରାମର କାଙ୍ଗାଳୀ ପରିଡ଼ା ଙ୍କ ପୁଅ ବିନୋଦ ପରିଡ଼ାଙ୍କ ଘରେ । ଘରେ ରୋଜଗାରିଆ କହିଲେ ଏକମାତ୍ର ବିନୋଦଙ୍କ ଛଡ଼ା ଆଉ କେହିନାହାନ୍ତି | ବିନୋଦଙ୍କ ଉପରେ ପାଞ୍ଚପାଞ୍ଚ ଜଣ ପ୍ରାଣୀ ନିର୍ଭର କରୁଥିବାବେଳେ ୩ ବର୍ଷ ଧରି ପକ୍ଷାଘାତରେ ପୀଡିତ ବିନୋଦ ଓଳିଏ ଖାଇଲେ ଆର ଓଳିକୁ ଉପାସ ରହିବାକୁ ପଡୁଥିଲା | ଯାହା ଫଳରେ କି, ନିଜର ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବାକୁ ଅକ୍ଷମ ହୋଇଥିଲେ ବିନୋଦ | ଦିନକୁ ଦିନ ଅଧିକ ରୋଗଗ୍ରସ୍ତ ହୋଇ ଶଯ୍ୟା ଧରିବାକୁ ଲାଗିଲେ ବିନୋଦ । ଏପରି ଏକ ଦୁର୍ଦ୍ଦିନ ସମୟରେ ଖବର ପାଇ ଦେବଦୂତ ସାଜି ପାଖରେ ଛିଡ଼ା ହୋଇଥିଲା ଭୁବନେଶ୍ୱରର ଏକ ସ୍ୱେଚ୍ଛାସେବୀ ସଂଘ ଯାହାର ନାମ ହେଲା ସମାଜ ଦର୍ପଣ ହେଲ୍ପ ଗ୍ରୁପ୍ । ଗ୍ରୁପ୍ ର ସମସ୍ତ ସଦସ୍ୟ ମାନେ ଆସି ବିନୋଦ କୁ ଏକ କ୍ୟାବିନ ସହ ତେଜରାତି ଦୋକାନ ଖଣ୍ଡିଏ ଖୋଲି ଦେଇଛନ୍ତି । ରାସନ ସାମଗ୍ରୀ ସହ ପ୍ରାୟ ସମସ୍ତ ପ୍ରକାର ଜିନିଷ ବିକିବା ଲାଗି ଖଞ୍ଜି ଦେଇଛନ୍ତି | ଏଥିରେ ବିନୋଦ ର ସ୍ତ୍ରୀ କହିବା ଅନୁଯାୟୀ ପ୍ରାୟ ୫୦ ହଜାରରୁ ଅଧିକ ହେବ ଜିନିଷ ଦେଇଛନ୍ତି, ମୁଁ ଏ ଦୋକାନ ଟିକୁ ଆଉ ଟିକେ କେମିତି ବଡ଼ କରିବି ପ୍ରାଣେ ପ୍ରାଣେ ଚେଷ୍ଟା କରିବି ଏବଂ ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରିଏହି ଦୋକାନରୁ ମୋ ପିଲାମାନଙ୍କୁ ମଣିଷ କରିବି । ବିନୋଦ ଓ ତାଙ୍କ ସ୍ତ୍ରୀ ଏପରି ଏକ ଦୁର୍ଦ୍ଦିନ ସମୟରେ ଆମ ପାଖରେ ଆସି ଛିଡ଼ା ହିଇଥିବାରୁ ଆମେ ତାଙ୍କ ନିକଟରେ ଚିର ରୁଣୀ ହୋଇ ଜୀବନ ସାରା ରହିବୁ ଏବଂ ହୁର୍ଦ୍ୱୟ ରୁ ସତସତ ପ୍ରଣାମ କରୁଛି । ଏଥିରେ ସଂଘର ସଭାପତି ପ୍ରଶାନ୍ତ ସେନାପତି, ସମ୍ପାଦକ ଚନ୍ଦନ ସ୍ୱାଇଁ, ଉପ ସଭାପତି କୁଳମଣି ଭୁତିଆ, ସହ ସମ୍ପାଦକ ତନ୍ମୟ ମହାପାତ୍ର, ସଦସ୍ୟା ପ୍ରଗତିକା ଦାସ, ଜୋତିରଞ୍ଜନ ରାୟ, ପ୍ରତାପ ମହାରଣା, ଅନନ୍ତ ବେହେରା, ବିକାଶ ମଲିକ, ବେଣୁଧର ପ୍ରଧାନ, ପ୍ରିୟଙ୍କା ପଣ୍ଡା, ପାୟଲ ସାମଲ, ପ୍ରତିମା ସାହୁ, ସରସ୍ୱତୀ ଦାସ, ମନୋଜ ଦାସ , ଅଭିଷେକ ଦାସ, ପ୍ରଗତିକା ଦାସ, ପ୍ରତିମା ସାହୁ, ଜ୍ୟୋତିରଞ୍ଜନ କର, ଅନିଲ ପାତ୍ର, ଅଞ୍ଜନ ବେହେରା, ରାଜେଶ ସିହଲ, ବିଜୟ ବେହେରା, ଆଶୁତୋଷ ସାମଲ, ଆଲୋକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏପରି ଏକ ପ୍ରସଂଶନିୟ କାର୍ଯ୍ୟକୁ ଅଞ୍ଚଳବାସୀ ସମାଜ ଦର୍ପଣ ହେଲ୍ପ ଗ୍ରୁପ୍ ଓ ତାଙ୍କର ସମସ୍ତ ସଦସ୍ୟ ମାନଙ୍କୁ ହୃଦୟରୁ ସାଧୁବାଦ ଜଣାଇବା ସହ ଭୁରିଭୁରି ପ୍ରଶଂସା କରିଥିଲେ ।
Related Posts
About The Author