ବାରିପଦା/ଜଗମୋହନପୁର, ୧୦/୯(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): କଳାପାଟ ସଂରକ୍ଷିତ ଜଙ୍ଗଲର ଭିତରେ କାହିଁ କେତେ କାଳରୁ ଗଢି ଉଠିଛି ସାଙ୍କୁଇ ଗ୍ରାମ। ଗ୍ରାମରେ ୬୦ଟି ପରିବାରର ପାଖାପାଖୁ ୩ଶହ ରୁ ଅଧିକ ବାସିନ୍ଦା ବସବାସ କରୁଥିବାବେଳେ ଦୁଇଟି ସାହିରେ ବିଭକ୍ତ ହୋଇଛି । ହେଲେ ଆଜି ବି ସେଠାକୁ ଗମନା ଗମନ, ପାନୀୟ ଜଳ, ବିଦ୍ୟୁତ୍ ଭଳି ସର୍ବନିମ୍ନ ମୌଳିକ ସୁବିଧା ପହଞ୍ଚି ପାରିନାହିଁ । ଫଳରେ ଭାଗ୍ୟକୁ ଆଦରି ଦୁର୍ଦ୍ଦିନରେ କାଳ କାଟୁଛନ୍ତି ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ତେଲକୋଇ ବୃକ ପୋଡାଙ୍ଗ ପଞ୍ଚାୟତର ୪ନଂ ୱାର୍ଡ ହେଉଛି ସାଙ୍କୁଇ ଗ୍ରାମ। ଗ୍ରାମଟି ତେଲକୋଇ ବ୍ଲକ ମୁଖ୍ୟାଳୟରୁ ୧୮ କିମି ଦୂରରେ ରହିଛି । କିନ୍ତୁ ଅହିଗୁଳା ଛକରୁ ୯କିମି ପାହାଡିଆ ଓ ପଥୁରିଆ ରାସ୍ତା ଅତିକ୍ରମ କଲାପରେ ଗାଁରେ ପହଞ୍ଚହେବ । ହେଲେ ସେଠାରେ ଜଙ୍ଗଲି ହାତୀ ଏବଂ ବିଭିନ୍ନ ବନ୍ୟଜନ୍ତୁଙ୍କ ପାଦୃଭାବ ଦେଖାଯାଇଥାଏ । ଉକ୍ତ ରାସ୍ତାଟି ଆହୁରି ଦୁଇଟି ଗ୍ରାମ ଓଢଣା ଓ ରାଙ୍କିକୁ ମଧ୍ୟ ସଂଯୋଗ କରୁଛି । ଉଭୟ ଗ୍ରାମରେ ସରକାରଙ୍କ ବିକାଶ ଧାରାର ଚିହ୍ନବର୍ଣ୍ଣ ନାହିଁ । ତେବେ ବିକାଶକୁ ନେଇ ଡିଣ୍ଡିମ ପିଟୁଥିବାବେଳେ ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି ଏହି ଗ୍ରାମ। ଗ୍ରାମର ଗୋଟିଏ ସାହିରେ ୩ଟି ନଳକୂପ ରହିଛି କିନ୍ତୁ ୨ଟି ଢେଉଯୁକ୍ତ ପାଣି ବାହାରୁ ଥିବାରୁ ଲୋକଙ୍କ ପାଇଁ ଅଲୋଡା ହୋଇ ପଡିଛି । ଅନ୍ୟଟି ପାନୀୟ ଉପେଯାଗି ହୋଇ ଥିବାବଳେ ପାଣି ଗରାଏ ପାଇଁ ଅଧ ଘଣ୍ଟା ଛିଡ଼ାହେବାକୁ ପଡୁଛି । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ବିଜୁଳି ଆଲୁଅ ନ ଥିବାବେଳେ କେତେକଙ୍କ ଘରେ ସୋଲାର ଲାଇଟ୍ ବ୍ୟବସ୍ଥା ରହିଛି । କିନ୍ତୁ କାହିଁ କେତେ ଦିନରୁ ଥିବାରୁ ତାହା ଅଚଳ ହୋଇ ପଡ଼ିଥିବା ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି । ସେହିପରି ବିଦ୍ୟାଳୟ ଉପର ମୁଣ୍ଡରେ ଥିବା ଜୁଆଙ୍ଗ ସାହି ବାସିନ୍ଧାଙ୍କ କଥା ନ କହିବା ଭଲ । ସେଠାରେ ମଧ୍ୟ ନଳକୂପରୁ ଦୂଷିତ ପାଣି ବାହାରୁ ଥିବାରୁ ଲୋକେ ବିଲ ମଝିରେ ଥିବା ଝରଣରୁ ଜଳ ସଂଗ୍ରହ କରୁଛନ୍ତି । ସାହିରେ ୨୫ଟି ପରିବାର ଶତାଧିକ ଲୋକ ବସବାସ କରନ୍ତି । ସରକାରଙ୍କ ଗ୍ରାମୀଣ ଆବାସ ଯୋଜନା ଦିଗହରା ହୋଇ ପଡିଛି । ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟଟିଏ ଅଛି ମାତ୍ର କରୋନା ମହାମାରି ପାଇଁ ବିଦ୍ୟାଳୟ ବନ୍ଦ । ତେବେ ଗ୍ରାମକୁ ଗମନା ଗମନ, ପାନୀୟ ଜଳ ଓ ବିଜୁଳି ଭଳି ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବାକୁ ଗ୍ରାମର ଜିତେନ୍ଦ୍ର ପ୍ରଧାନ, ବିଶ୍ୱନାଥ ସାହୁ, ଧରଣିଧର ସାହୁ, ଗଣେଶ୍ୱର ସାହୁ, କେଦାର ନାୟକ, ଉମାକାନ୍ତ ସାହୁ, ଦୋଳଗୋବିନ୍ଦ ପ୍ରଧାନ, ଦୁଷ୍ମନ୍ତ ଜୁଆଙ୍ଗ, ଭଜ ଜୁଆଙ୍ଗ, ଦୁସା ଜୁଆଙ୍ଗ, ସଦା ଜୁଆଙ୍ଗ, ପଦ୍ବିନୀ ମହାନ୍ତ, ଜୟକୃଷ୍ଣ ମହାନ୍ତ, ସୁମନ୍ତ୍ର ଜୁଆଙ୍ଗ, ଲମ୍ବୋଦର ଜୁଆଙ୍ଗ, ଜଗା ଜୁଆଙ୍ଗ, ସକୁନ୍ତଳା ମୁଣ୍ଡା, ଚେମି ଜୁଆଙ୍ଗ, ରଶ୍ମିତା ଜୁଆଙ୍ଗ, ଜାଇ ଜୁଆଙ୍କଙ୍କ ପ୍ରମୁଖ ଦାବି କରିଛନ୍ତି । ଏ ସମ୍ବନ୍ଧରେ ଗୋଷ୍ଠୀ ଉନ୍ନୟନ ଅଧୁକାରୀ ଦିଲୀପ କୁମାର ବାରାଙ୍କ ପ୍ରତିକ୍ରୀୟା ମିଳିପାରି ନାହିଁ । ପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭାଗୀୟ ଯନ୍ତ୍ରୀ ଶ୍ରୀ ମାଝିଙ୍କୁ ଗମନା ଗମନ ବ୍ୟବସ୍ଥା ଉପରେ ପଚାରିବାରୁ ଅହିଗୁଳା ଠାରୁ ସାଙ୍କୁଇ ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ଟେଣ୍ଡର ପ୍ରକ୍ରିୟା ସରିଛି । ଜଙ୍ଗଲ ବିଭାଗପକ୍ଷରୁ ଆଦେଶ ନାମା ମଧ୍ୟ ମିଳିଛି ଖୁବ ଶୀଘ୍ରନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।
ତାଜା ଖବର
- ସ୍ଥାନୀୟ ପ୍ରଶାସନ ଆଡରେ ଚାଳୁଛି କୁକୁଡ଼ା ଲଢେଇ ସହିତ ଜୁଆ,ବଜାର ପାଇଁ ଅଞ୍ଚଳବାସି ପୀଡ଼ିତ
- ସିଲିଗୁଡ଼ି ରେ ଥିବା ମେଫେୟାର ଚାହା ବଗିଚା ରେ ମୋଦୀ ଓ ଦିଲ୍ଲୀପ ରାୟ ଙ୍କ ସାକ୍ଷାତ
- ଜନ୍ମ ସ୍ଥାନରେ ଉନ୍ମୋଚନ ହେଲା ବନ୍ଧୁ ମହାନ୍ତିଙ୍କ ପ୍ରତିମୂର୍ତ୍ତି
- ୨୦୦୩ମେଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ଗୁରୁପୂଜନ ଓ ବନ୍ଧୁ ମିଳନ ଉତ୍ସବ
- କଷବା ଗ୍ରାମରେ ୨ ସାହି ମଧ୍ୟରେ ଗୋଷ୍ଟି ସଂଘର୍ଷ ଘଟଣାବିଧାୟିକା ପ୍ରମିଳା ମଲ୍ଲିକଙ୍କ ଉଦ୍ୟମରେ କଷବା ଗ୍ରାମରେ ଶାନ୍ତି ଫେରିଲା
- ଯାଜପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ମହା ମିଶ୍ରଣ ପର୍ବ ଅନୁଷ୍ଠିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ପଦମପୁର ନିକଟସ୍ଥ ବାରିକେଲା ଗ୍ରାମରେ ନୂଆବସ୍ତି ହନୁମାନ ମନ୍ଦିର ପ୍ରତିଷ୍ଠା
- ମା ବଟ ମଙ୍ଗଳାଙ୍କ ଯଜ୍ଞ ଅନୁଷ୍ଟିତ ହେଉଚି
- ପ୍ରଣବ ପ୍ରକାଶ ଦାସଙ୍କ ଘରେ ବିଜେଡ଼ି ନେତାଙ୍କ ଭିଡ଼ ଜମିଲା


