ସୁଧୁରୁନି ଡାକ୍ତର ମରୁଡ଼ି ସମସ୍ୟା

Spread the love

ବାରିପଦା,ଝାରପୋଖରିଆ, ୮/୯(ସନ୍ଧାନ ନ୍ୟୁଜ୍,/ଲିଙ୍ଗରାଜ ପଣ୍ଡା): ସାରସକଣା ବ୍ଲକ୍‌ରେ ସୁଧୁରିବାର ନାଁ ଧରୁନି ସ୍ଵାସ୍ଥ୍ୟସେବା । ବିଭିନ୍ନ ଅବ୍ୟବସ୍ଥା ଓ ସମସ୍ୟା ଭିତରେ ରୋଗୀସେବା ଏଠାରେ ବେହାଲ ହୋଇପଡ଼ିଛି । ଦୀର୍ଘଦିନ ଧରି ଡାକ୍ତର ମରୁଡ଼ି ସମସ୍ୟା ସମାଧାନ କରିବାରେ ପ୍ରଶାସନ ବିଫଳ ହୋଇଛି । ସ୍ଥାନୀୟ ଅଞ୍ଚଳର ରୋଗୀମାନେ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏପରିକି ଦୂରଦୂରାନ୍ତରେ ଥିବା ଡାକ୍ତରଖାନାକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ସମସ୍ୟା ସମାଧାନ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁ ନାହାନ୍ତି । ସାରସକଣା ବ୍ଲକ୍ରେ ସ୍ୱାସ୍ଥ୍ୟସେବା ପରିଚାଳନା ନିମନ୍ତେ ଶ୍ରୀଶୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଝାରପୋଖରିଆ, ପାକଟି ଆ ଓ ସାରସକଣା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ରହିଛି । ଦୀର୍ଘ ଦିନ ଧରି ପ୍ରାଥମିକ ସ୍ୱାସ୍ତ୍ରୀ କେନ୍ଦ୍ର ମାନଙ୍କରେ ଏଲୋପ୍ୟାଥିକ ଡାକ୍ତର ଅଭାବ ଲାଗି ରହିଛି । ଆଉ କେଉଁଠି ଆୟୁଷ ଡାକ୍ତର ନାହାନ୍ତି ତ ପୁଣି କେଉଁ ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ସମ୍ଭାଳିଛନ୍ତି ରୋଗୀସେବା ଭଳି ଗୁରୁଦାୟିତ୍ଵ । ବ୍ଲକ୍ରେ କେବଳ ଦୁଇ ଜଣ ରେଗୁଲାର ଡାକ୍ତର ଥିବାବଳେ ଶିଶୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ତର୍ବ ଭାଗ ଓ ବହି ବିଭାଗ ସାଙ୍ଗକୁ ୨୪ ଘଣ୍ଟିଆ ରୋଗୀ ସେବା ଯୋଗାଇବାକୁ ବାଧ୍ୟ ହେଉଛନ୍ତି । କୋଭିଡ୍ -୧୯ର ଉପସ୍ଥିତିରେ ଏହି ସମସ୍ୟା ବାସ୍ତବରେ ଚିନ୍ତାର କାରଣ ଥିବା ଶିଶୁ ରୋଗ ବିଶେଷଜ୍ଞ ଡା ରଜତ ପାଲଟିଛି । ଗତ ଦେଢ଼ ର୍ବଷ ଧରି ଏହି ବ୍ଲକ୍‌ରେ ସ୍ଵାସ୍ଥ୍ୟସେବା କ୍ଷେତ୍ର ରେ ଅବ୍ୟବସ୍ଥା ଲାଗି ରହିଛି । ଏ ସମ୍ପର୍କରେ ସ୍ଥାନୀୟ ବିଧାୟକଙ୍କ ସମେତ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ କୌଣସି ସୁଫଳ ମିଳୁ ନାହିଁ । ଶୀର୍ଶା ସିଏସିରେ ଦାସ ପିଆର୍ ଏମ୍ ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକାରୀ ହେବା ଦିନଠାରୁ ସେଠାରେ ଡେପୁଟେସନ୍ରେ ଥିବା ଜଣାପଡ଼ିଛି । ଦାନ୍ତ ଡାକ୍ତର ମଧ୍ୟ ଅନୁରୂପ ଭାବେ ସେଠାରେ କାର୍ଯ୍ୟରତ । ସାରସକଣା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ପଡ଼ୋଶୀ ଝାଡ଼ଖଣ୍ଡର ଲୋକ ନିର୍ଭର କରୁଛନ୍ତି । ଏଠାରେ ଥିବା ଜଣେ ଆୟୁଷ ଡାକ୍ତର ଜୁଲାଇରୁ ଅନ୍ୟତ୍ର ନିୟୋଯିତ ହୋଇଛନ୍ତି । ଏଠାରେ ଏବେ ଫାର୍ମାସିଷ୍ଟଙ୍କ ଉପରେ ରହିଛି ରୋଗୀସେବା ଦାୟିତ୍ର । ଗତ ଗୁରୁବାର ରାତି ସାଢ଼େ ୮ଟାରେ ଟୁନ ଚୌଧୁରୀ ବିଦ୍ୟୁତ୍‌ ଆଘାତରେ ଆହତ ହୋଇ ଏହି ସ୍ଵାସ୍ଥ୍ୟକେନ୍ଦ୍ରକୁ ଆସିଥିବା ବେଳେ ଟର୍ଚ୍ଚ ଲାଇଟ୍ରେ ତାଙ୍କର ଚିକିତ୍ସା ହୋଇଥିଲା । ଏଠାରେ ଜେନେରେଟର ଓ ଇନଭର୍ଟର ଅକାମୀ। ବିଦ୍ୟୁତ୍ ଚାଲିଗଲା ପରେ ଏ ଭଳି ଅବ୍ୟବସ୍ଥା ହେଉଛି । ଆଦିବାସୀ ଅଧୁଷିତ ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଦେଖିଲେ ଯୋଜ ନାର ଆଭିମୁଖ୍ୟ ବାଟବଣା ହୋଇଥିବା ନେଇ ର୍ଚ୍ଚା ହେଉଛି ।

Related Posts

About The Author

Add Comment