ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରରେ ଗୁରୁଦିବସ ପାଳିତ

Spread the love

ବାରିପଦା, ୦୬/୦୯ /୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା)  ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରରେ ପବିତ୍ର ଗୁରୁଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ସର୍ବ ପ୍ରଥମେ କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ଅବନୀ କୁମାର ପତି ଗୁରୁ ଶ୍ରୀ ସର୍ବପଲ୍ଲୀ ରାଧାକୃଷ୍ଣ ଏବଂ ଗୁରୁ ଶ୍ରୀ ବିବେକାନନ୍ଦ ଓ ଯୋଗ ଗୁରୁ ଶ୍ରୀ ରାମଦେବ ବାବାଙ୍କ ଫୋଟ ଚିତ୍ରରେ ପୁଷ୍ପ ଗୁଚ୍ଛ ଏବଂ ମାଳ ପିନ୍ଧାଇ ସେମାନଙ୍କୁ ପୂଜା ଅର୍ଚ୍ଚନା କରିଥିଲେ । ଏବଂ ଶେଷରେ ସମସ୍ତ ଅନ୍ତେବାସୀ ଗୁରୁ ଶ୍ରୀ ଅବନୀ କୁମାର ପତିଙ୍କୁ ପୂଜାର୍ଚ୍ଚନା କରି ତାଙ୍କ ଅମୃତ ମୁଖରୁ କିଛି ସଦ୍ ଜ୍ଞାନ ଓ ସଦ୍ ଶିକ୍ଷା ଗ୍ରହଣ କରିଥିଲେ । ଶ୍ରୀ ପତି ତାଙ୍କ ଉଦ୍‌ବୋଧନରେ ନିଶାର କୁ ପ୍ରଭାବ ଏବଂ ସମାଜର ଉନ୍ନତିର ରାସ୍ତାରେ ଚାଲିବା ପାଇଁ ହେଲେ ନିଶା ରୂପକ ଶତୃ ପାଖରୁ ଦୂରରେ ରହିବା ଏବଂ ନିଜ ପରିବାରକୁ ଭଲ ପାଇବା ଦରକାର ବୋଲି କହିଥିଲେ । ଶେଷରେ ମନୋଜ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଲଳିତ ରଂଜନ ମହାନ୍ତି, ଚନ୍ଦ୍ର ଶେଖର ମୁଦି, ସଂଯୋଶ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment