ବାରିପଦା/ଖୁଣ୍ଟା, ୧/୯/୨୦(ସନ୍ଧାନ ନିଉଜ):-ଉପଖଣ୍ଡ ଅବକାରୀ ବିଭାଗ ପକ୍ଷରୁ ଖୁଣ୍ଟା ଅବକାରୀ ବିଭାଗ ଅଧୀନ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି । ଚଢ଼ାଉ ସମୟରେ ଖୁଣ୍ଟା ଥାନା ଅଧୀନ କେନ୍ଦୁଆମୁଣ୍ଡି ଗ୍ରାମରେ ଏକ ବେଆଇନ ଦେଶୀ ମଦଭାଟି ଠାବ କରାଯିବା ସହିତ ଘଟଣାସ୍ଥଳରୁ ବିପୁଳ ପରିମାଣର ମହୁଲପୋଚ ଜବତ କରାଯାଇଥିବା ଜଣାଯାଇଛି। ବିଭାଗୀୟ ଉପଖଣ୍ଡ ଅଧିକାରୀ ଅଭିରାମ ବେହେରା, ଉଦଳାର ଏଏସଆଇ ଶରତ କୁମାର ବାରିକ ନେତୃତ୍ବରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । କେନ୍ଦୁଆମୁଣ୍ଡି ଗାଁ ଦେଇ ପ୍ରବାହିତ ନାହୁଆ ନଦୀ କୂଳର ନିର୍ଜନ ସ୍ଥାନରେ ମଦ ପ୍ରସ୍ତୁତି ପାଇଁ ୨୦ଟି ପ୍ଲାଷ୍ଟିକ ଡ୍ରମ୍, ୩୫ଟି ଜରି ବ୍ୟାଗ୍ ଏବଂ ୩ଟି ଆଲୁମିନିୟମ୍ ଡେକଚିରେ ଗଚ୍ଛିତ ରଖାଯାଇଥିବା ୧୪ କୁଇଣ୍ଟାଲ ୭୫ କିଲୋ ମହୁଲ ପୋଚକୁ ପକ୍ଷରୁ ବିଭାଗ ଜବତ କରାଯିବା ପରେ ସେଗୁଡ଼ିକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଛି। ଏଥିସହ ୧୦୦ ଲିଟର ଦେଶୀମଦ ସହିତ ବିଭିନ୍ନ ଉପକରଣ ଜବତ କରାଯାଇଛି। ଏଥିନେଇ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ତେବେ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ଜଣାଯାଇଛି । ଏହି ଚଢ଼ଉରେ ତମୋନ କୁମାର ପରିଡ଼ା, ଭବେଶ କୁମାର ନାଏକ, ସମୀର ରଞ୍ଜନ ଜେନା, ଦୀପାଞ୍ଜଳି ଦାସ, ଦିଲ୍ଲୀପ କୁମାର ଟୁଡୁ, ସବିତା ମହାନ୍ତ, ସମୟ ହାଁସଦାଙ୍କ ସମେତ ବିଭାଗୀୟ ଭ୍ରାମ୍ୟମାଣ ଟିମ୍ ର କର୍ମଚାରୀମାନେ ସାମିଲ ହୋଇଥିଲେ ।
୧୪ କୁଇଣ୍ଟାଲ୍ ପୋଚ ଜବତ
|
September 1, 2020 |
![](https://sandhannews.com/wp-content/uploads/2019/03/advt-sandhan-e1557633196260.jpg)