ବରଗଡ ୧୯/୮/୨୬ (ସନ୍ଧାନ ନ୍ୟୁଜ) ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ନବାଗତ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ “ପ୍ରବେଶ ଉତ୍ସବ ” ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସଭାରେ ଅଧ୍ଯକ୍ଷ ଶ୍ରୀ ବାରିକ ନବାଗତ ଛାତ୍ରଛାତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ ଜଣାଇ ମହାବିଦ୍ୟାଳୟର ଶୃଙ୍ଖଳିତ ପରିବେଶ ସଂପର୍କରେ ସୂଚନା ଦେଇଥିଲେ । ପ୍ରାଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ନବାଗତ ଛାତ୍ରଛାତ୍ରୀଙ୍କୁ ଜାତୀୟ ଶିକ୍ଷାନୀତି -୨୦୨୦ ଅନୁଯାୟୀ ନିର୍ଦ୍ଧାରିତ ପାଠ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ପ୍ରାଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶ ସଂପର୍କରେ ଆଲୋଚନା କରିଥିବା ବେଳେ ଅଧ୍ୟାପକ ପ୍ରଦୀପ କୁମାର ଦେୱାନ ଛାତ୍ର ଜୀବନରେ ଶୃଙ୍ଖଳା ଓ ସଂସ୍କାର ତଥା କଠିନ ପରିଶ୍ରମର ଗୁରୁତ୍ୱକୁ ଦର୍ଶାଇଥିଲେ । ଏହା ବ୍ୟତୀତ ନିଶାନିବାରଣ ଓ ଭୋଟର ସଚେତନତା ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ପାଇକମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଉଦୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମତଦାନ କରି ଦେଶ ଗଠନରେ ସାମିଲ ହେବା ପାଇଁ ପ୍ରେରଣା ଦେଇଥିଲେ । ବ୍ଲକ ପ୍ରଶାସନ କର୍ମଚାରୀ ମାନଙ୍କ ସହ ବି.ଏଲ୍. ଓ. ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନେ କିଭଲି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇ ମତଦାନରେ ନିଜକୁ ସାମିଲ କରିପାରିବେ ସେଇଥିପାଇଁ ଉତ୍ସାହିତ କରିଥିଲେ । ସାଂପ୍ରତିକ ସ୍ଥିତିରେ ନିଶା ହେଉଛି ଏକ ସାମାଜିକ ବ୍ୟାଧି ତେଣୁ ନିଶା ଠାରୁ ଦୂରେଇ ରହିବାକୁ ଛାତ୍ରଛାତ୍ରୀ ଙ୍କୁ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ଏକ ଶପଥ ଗ୍ରହଣ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ସଭା ଶେଷରେ ଅଧ୍ୟାପିକା ପୁଷ୍ପମଞ୍ଜରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।
ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ” ପ୍ରବେଶ ଉତ୍ସବ ” ସହ “ନିଶା ନିବାରଣ ଓ ଭୋଟର ସଚେତନତା କାର୍ଯ୍ୟକ୍ରମ”
ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ” ପ୍ରବେଶ ଉତ୍ସବ ” ସହ “ନିଶା ନିବାରଣ ଓ ଭୋଟର ସଚେତନତା କାର୍ଯ୍ୟକ୍ରମ”



