ବରିଷ୍ଠ ନାଗରିକଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ ଆଣ୍ଟିଜେନ ଟେଷ୍ଟିଂ କ୍ୟାମ୍ପ

Spread the love
ରାଉରକେଲା, ୨୩/୦୮/୨୦ (ସନ୍ଧାନ ନିଉଜ) : କୋଭିଡ 19 ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରଶାସନ ପକ୍ଷରୁ ବହୁବିଦ୍ଧ ପଦକ୍ଷେପ ନିଆଯାଉଥିବା ବେଳେ ଟେଷ୍ଟିଂ ସଂଖ୍ୟା କୁ ମଧ୍ୟ ବଢ଼ା ଯାଇଛି। ବାଗୁଡି ବସ୍ତି ଆଶ୍ରୟ କେନ୍ଦ୍ର, ୟୁଜିଆଇଇ ହଷ୍ଟେଲ, ଉଦିତନଗର ଆଦି ସ୍ଥାନରେ ଆଣ୍ଟିଜେନ କିଟ ସାହାଯ୍ୟରେ ଟେଷ୍ଟିଂ ଚାଲିଥିବା ବେଳେ ଆଜି ବରିଷ୍ଠ ନାଗରିକଙ୍କ ନିମନ୍ତେ ବାସନ୍ତୀ କଲୋନୀରେ ଥିବା  ବ୍ୟାସଦେବ ବିଦ୍ୟା ମନ୍ଦିରରେ ସ୍ୱତନ୍ତ୍ର ଟେଷ୍ଟିଂ କ୍ୟାମ୍ପ ର ଆୟୋଜନ କରାଯାଇଥିଲା। ଏହି କ୍ୟାମ୍ପରେ 60ରୁ ଉର୍ଧ  ସ୍ଥାନୀୟ ବରିଷ୍ଠ ନାଗରିକ ନିଜର କୋଭିଡ ସଂପର୍କିତ ଟେଷ୍ଟିଂ ଆଣ୍ଟିଜେନ କିଟ ସାହାଯ୍ୟରେ କରାଇଥିଲେ। କରୋନା କୁ ଭୟ ନକରି ସମସ୍ତେ ଟେଷ୍ଟିଂ ଲାଗି ଆଗେଇ ଆସିବାକୁ  ପ୍ରଶାସନ ପକ୍ଷରୁ ଆହ୍ବାନ ଦିଆଯାଇଛି।

Related Posts

About The Author

Add Comment