ଚଣ୍ଡିଖୋଲ, ୧୯/୭(ସନ୍ଧାନ ନିୟୁଜ) କଲେଜ ଆଗରେ ଅଣଛାତ୍ରମାନଙ୍କର ଦୈରାତ୍ମ ଦିନକୁ ଦିନ ବଢିବାରେ ଲାଗିଛି । ଯେଉଁଥିଲାଗି ଛାତ୍ରଛାତ୍ରୀ ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ବିଶେଷ କରି ଛାତ୍ରୀ ମାନେ ସ୍କୁଲ କଲେଜକୁ ଯିବା ସମୟରେ ଯୁବକ ମାନେ ଅସୀଳ ଉଙ୍ଗିତ କରୁଥିବା ନଜର ରହିଛି । ଏନେଇ କିଛିଦିନ ପୂର୍ବରୁ ଚଣ୍ଡିଖୋଲ କଲେଜର ଅଧ୍ୟକ୍ଷ ବଡଚଣା ଥାନାରେ ଅଭିଯୋଗ କରିଥିଲେ । ବଡଚଣା ଥାନା ପକ୍ଷରୁ ୨୦ଜଣ ଅଣଛାତ୍ରଙ୍କୁ ଥାନାକୁ ଆଣି ତାଗିଜ କରିଥିଲେ । ଆଜି ସେହିଭଳି ବଡଚଣା ମହିଳା ମହାବିଦ୍ୟାଳୟ ନିକଟରେ ରାସ୍ତାରେ ଯାଉଥିବା କେତକ କଲେଜ ଛାତ୍ରୀଙ୍କୁ ଧାନମଣ୍ଡଳ ଅଂଚଳର ୨ଜଣ ଯବୁକ ଅସୀଳଇଙ୍ଗିତ କରୁଥିବା ବେଳେ ସୂଚନା ପାଇଁ ପୋଲିସ ସେମାନଙ୍କ ଧରି ଥାନାକୁ ଆଣି ତାଗିଦ କରି ଛାଡିଦେଇଥିବା ସୂଚନା ମିଳିଛି ।
ରୋଡ ରୋମିଓଙ୍କ ଉପରେ ପୋଲିସର ନଜର
|
July 19, 2018 |