ବାରିପଦା ୨୦/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ମୟୂରଭଞ୍ଜ ଜିଲା କୋଭିଡ ପର୍ଯ୍ୟବେକ୍ଷକ ତଥା ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ଜିଲା ଗସ୍ତ କରି , ଜିଲା କୋଭିଡ୍ -୧୯ ପରିଚାଳନା କାର୍ଯ୍ୟକ୍ରମ ‘ସଂପର୍କିତ ସମୀକ୍ଷା କରିବା ସହ କୋଭିଡ କେୟାର ହୋମ ଓ ସ୍ବାଚ୍ ଟେଷ୍ଟି କେନ୍ଦ୍ର ଆଦି ବିଭିନ୍ନ କ୍ଷେତ୍ର ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ କୁଳିଅଣା ବ୍ଲକର ଗାଙ୍ଗରାଜ ଗ୍ରାମଫଚାୟତ କାର୍ଯ୍ୟାଳୟସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ରରେ କାର୍ଯ୍ୟକ୍ଷମ କରାଯାଇଥିବା କ୍ରୋଷ୍ଟର କୋଭିଡ୍ କେୟାର ହୋମ ଅନୁଧ୍ୟାନ କରି ଗ୍ରାମ୍ୟସ୍ତରୀୟ କୋଭିଡ୍ କମିଟିର ସଦସ୍ୟସଦସ୍ୟାମାନଙ୍କ ସହିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକ ପରିଦର୍ଶନ କରିବା ସହିତ ଆଲୋଚନା କରିଥିଲେ । ସେହିପରି ଗାଙ୍ଗରାଜ ଗ୍ରାମଫଚାୟତସ୍ଥିତ ଏଏନଏମ୍ ସସେଣ୍ଟରରେ କାର୍ଯ୍ୟକ୍ଷମ କରାଯାଇଥିବା କୋଭିଡ ଟେଷ୍ଟି ପାଇଁ ସ୍ଵାବ୍ କଲେକ୍ସନ ଓ କୁଳିଅଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାକ୍ କଲେକ୍ସନ ସହିତ ଫୁଜନିତ ଓପିଡି ଚିକିତ୍ସା ବ୍ୟବସ୍ଥା ଆଦି ପ୍ରତିଷେଧମୂଳକ ବ୍ୟବସ୍ଥାର ଅନୁଧ୍ୟାନ କରି ସଂପୃକ୍ତ କୋଭିଡ୍ ଯୋଦ୍ଧା, ଆଶା, ଏଏନ୍ଏମ୍, ଅଙ୍ଗନୱାଡି କର୍ମୀଙ୍କ ସହିତ ଆଲୋଚନା କରିଥିଲେ । ତତ୍ସହିତ ଏଜିଏଆରଇଜିଏସ୍ ଯୋଜନାରେ କାଠସିରିସି ଗ୍ରାମ ରାସ୍ତାର ନିର୍ମାଣ କାର୍ଯ୍ୟର ସ୍ଥିତି ସଂପର୍କରେ ଅନୁଧ୍ୟାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଶାସନ ସଚିବଙ୍କ ସହିତ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଅତିରିକ୍ତ ଜିଲାପାଳ (ରାଜସ୍) ବିବେକାନନ୍ଦ ସାହୁ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ରୁପଭାନୁ ମିଶ୍ର ପ୍ରମୁଖଙ୍କ ସମେତ – ବିଡିଓ କୁଳିଅଣା ଦେବାଶିଷ ମହାପାତ୍ର, ଗାଙ୍ଗରାଜ ସରପଂଚ ସ୍ୱାଗତିକା ନାଏକେ କୁଳିଅଣା ସିଏସି ସ୍ବାସ୍ଥ୍ୟ ଅଧିକାରୀ, କୁଳିଅଣା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ, ଯୋଗାଣ ସହାୟକ, ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଫଚାୟତର ୱାର୍ଡ ସଦସ୍ୟ ସଦସ୍ୟ ପ୍ରମୁଖ ସାମିଲ ଥିଲେ ।