ହୋମଗାର୍ଡଙ୍କ ଦୈନିକ ଭତ୍ତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ

Spread the love

ଭୁବନେଶ୍ୱର, ୧୯/୦୮/୨୦ (ସନ୍ଧାନ ନିଉଜ) : ହୋମଗାର୍ଡଙ୍କ ଭତ୍ତା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ହୋମଗାର୍ଡଙ୍କ ଦୈନିକ ଭତ୍ତା ୫୩୩ ଟଙ୍କାକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ୫୩୩କୁ ବୃଦ୍ଧି ସହ ଏହି ଆଦେଶ ପିଛିଲା ଭାବେ ଜାନୁଆରୀ ୨୦୨୦ରୁ ଲାଗୁ ହେବ ୩ ମାସ ଭିତରେ ବର୍ଦ୍ଧିତ ଦେୟ ପ୍ରକ୍ରିୟା ସାରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହା ଫଳରେ ଉପକୃତ ହେବେ ରାଜ୍ୟର ୧୭ହଜାର ହୋମଗାର୍ଡ଼। ପୂର୍ବରୁ ମଧ୍ୟ ବର୍ଦ୍ଧିତ ଭତ୍ତା ପାଇଁ ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ହାଇକୋର୍ଟ। ୨୦୧୬ ନଭେମ୍ବରରୁ ବର୍ଦ୍ଧିତ ଭତ୍ତା ଦେବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏହାକୁ ଚ୍ୟାଲେଂଜ କରି ରିଟି ପିଟିସନ ଦାଖଲ କରିଥିଲେ ରାଜ୍ୟ ସରକାର।

Related Posts

About The Author

Add Comment