ବାଲେଶ୍ଵର ୧୬/୭/୨୦(ସନ୍ଧାନ ନିଉଜ):- ବାଲେଶ୍ୱର ଜିଲା ପୌରପାଳିକା ଅଧୀନ ୨୭ନଂ, ୱାର୍ଡମାଣିଖମ୍ବ ଠାରେ ସରକାରଙ୍କ ପକ୍ଷରୁ ୧୯ଲକ୍ଷ ୯୯ହଜାର ୮୦୦ ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ଅଣ୍ଡରସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ ଗ୍ରାଣ୍ଡ ସେଣ୍ଟର ପ୍ରୋଜେକ୍ଟ । ଏହାଦ୍ବାରା ସହର ମଧ୍ୟରେ ବାହାରୁଥିବା ଅଳିଆରୁ ଲୌହ ଓ ପ୍ଲାଷ୍ଟିକ ବାହାର କରାଯାଇ ପୁନଃ ବ୍ୟବହାର କରାଯାଇପାରିବ। ଅତ୍ୟାଧୁନିକ ଯନ୍ତ୍ର ସାହାଯ୍ୟରେ ଅଳିଆରୁ କୃଷି ଉପଯୋଗୀ ଖତ ମଧ୍ୟ ପ୍ରସ୍ତୁତ କରାଯାଇପାରିବ । ହେଲେ ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିବାରୁ ଏହି ପ୍ରୋଜେକ୍ଟ ନିର୍ମାଣ ବନ୍ଦ ରହିଛି । ଲୋକଙ୍କ ସହିତ ଆଲୋଚନା ନ କରି ଏହାକୁ ନିର୍ମାଣ କରାଯାଉଥିବାରୁ ବିରୋଧ କରାଯାଇଛି। ପାଖରେ ସ୍କୁଲ ଓ ଘର ରହୁଥିବାରୁ କିଭଳି ଜନବସତି ନିକଟରେ ପ୍ରଶାସନ ଏହା ନିର୍ମାଣ କରୁଛି ବୋଲି ସ୍ଥାନୀୟ ବାସିନ୍ଦା କବିତା ମହାନ୍ତି, ଶୁଭ ମହାପାତ୍ର ପ୍ରମୁଖ ପ୍ରଶ୍ନ ଉଠାଇଛନ୍ତି। ଏହାଦ୍ବାରା ବାୟୁ ପ୍ରଦୂଷଣ ହେବା ସହ ଲୋକେ ରହିବା କଷ୍ଟକର ହୋଇପଡ଼ିବ ବୋଲି ଅଭିଯୋଗ କରିବା ସହିତ ଗୁରୁବାର ସ୍ଥାନୀୟ ଲୋକେ ପାଟିତୁଣ୍ଡ କରିବା ଠିକ୍ ନୁହେଁ । ଏନେଇ ଲୋକେ ପାଟିତୁଣ୍ଡ ପରେ ପୌରପାଳିକା ଅଧୁକାରୀ ଆଲୋଚନା କରି ବୁଝାଇବାକୁ ଚେଷ୍ଟା କରିଛନ୍ତି । ଏହି ବିକାଶମୂଳକ କାମରେ ଲୋକେ ସହଯୋଗ କରିବା ଦରକାର ।




