ଦୁଇ ଦିନ ପରେ ୫୩ନଂ ରାଜପଥ କଡରୁ ଉଦ୍ଧାର ହେଲା ଏକ ଗଳିତ ଶବ; ହତ୍ୟା ସନ୍ଦେହ

Spread the love

ଚଣ୍ଡିଖୋଲ, ୧୩/୦୮(ସନ୍ଧାନ ନିୟୁଜ/ସନ୍ତୋଷ ରାଉତ)-ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଛକରୁ ଗୁରୁବାର ଦିନ ଏକ ମୃତଦେହ ପୋଲିସ ଠାବ କରିଥିଲା । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଅରଦୁଲିଆ ଗ୍ରାମର ଆଦିତ୍ୱ ପ୍ରସାଦ ମହାନ୍ତିଙ୍କ ପୁଅ ସୁବାଷ ଚନ୍ଦ୍ର ମହାନ୍ତି(୫୧) ବୋଲି ସଂପୃକ୍ତ ବ୍ୟକ୍ତିର ବୋଲି ପୋଲିସ ଚିହ୍ନଟ କରିଛି । ଗୁରବାର ସକାଳ ସମୟରେ କୌନସି ସୁତ୍ରରୁ ଖବର ପାଇ ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥ ଓଭର ବ୍ରିଜ କଡ ରାସ୍ତାରେ ଏକ ମୃତଦେହ ପଡିଥିବା କୌଣସି ସୁତ୍ରରୁ ବଡଚଣା ଥାନା ଜାଣିବାକୁ ପାଇଥିଲା । ଥାନା ଅଧିକାରୀ ପ୍ରିୟବ୍ରତ ରାଉତ ଓ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଠାବ କରିଥିଲେ । ସେଠାରେ ମୃତକଙ୍କ ଆଧାରକାର୍ଡ, ମନିପର୍ସ ଓ ଅନ୍ୟକିଛି କାଗଜପତ୍ର ପଡିଥିବା ଦେଖିବାକୁ ମିଳିଥିଲା । ଆଧାର କାର୍ଡରୁ ତାଙ୍କ ଠିକଣା ଜାଣିବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ପୋଲିସ ପକ୍ଷରୁ ସୂଚନା ଦେବା ପରେ ତାଙ୍କ ସଂପର୍କୀୟ ମାନେ ଆସି ପହଂଚିବା ପରେ ଶବ ବ୍ୟବଛେଦ ପାଇଁ ପଠାଯାଇଥିଲା । ପୋଲିସ ପକ୍ଷରୁ ୬/୨୦ ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ କରାଯାଇ ତାଙ୍କ ପରିବାର ବର୍ଗକୁ ମୃତଦେହ ହସ୍ତାନ୍ତର କରାଯାଇଥିବା ତେବେ ସୂଚନା ମୁତାବକ ଜନଗହଳୀ ପୂର୍ଣ୍ଣ ଜାତୀୟ ରାପଜଥ କଡରେ ଦୁଇଦିନ ଧରି ଶବ ପଡି ରହିବା ଏବଂ ପୋଲିସ ଜାଣି ପାରିଲାନି କିପରି? ଅନ୍ୟ ପଟରେ ତାଙ୍କ ମୁଣ୍ଡର ପଛଭାଗରେ କ୍ଷତଚିହ୍ନ ଥିବାବେଳେ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧରଣରେ ଆଲୋଚନା ହେଉଛି । ପୋଲିସ କେବଳ ଅପମୃତୁ୍ୟ ମାମଲା କରିଦେଇ ଚୁପ ହୋଇ ନବସି ଏହା ଉପରେ ଅଧିକ ତଦନ୍ତ କରିବାକୁ ସାଧରଣରେ ଦାବି ହେଉଛି ।

Related Posts

About The Author

Add Comment