ବାରିପଦା/କରଞ୍ଜିଆ ୧୧/୦୮/୨୦୨୦ (ସନ୍ଧାନ ନିଉଜ):- ଜାତୀୟ ସ୍ଵାସ୍ଥ୍ୟ ମିଶନ ତଥା ଓଡିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଥିବା ସ୍ଵାସ୍ଥ୍ୟ ସଂଯୋଗ(ଏମ୍.ଏଚ୍.ୟୁ ) ର ଆୟୁଷ ଡାକ୍ତରମାନେ ସରକାରଙ୍କ ନିକଟରେ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠାରୁ କଳା ବ୍ୟାଚ ପିନ୍ଧି କାର୍ଯ୍ୟରତ ଅଛନ୍ତି । ରାଜ୍ୟ ସ୍ଵାସ୍ଥ୍ୟ ସଂଯୋଗ ଓ ଆର୍ବିଏସ୍କେ ଆୟୁଷ ଡାକ୍ତର ସଂଘର ଆହ୍ବାନ କ୍ରମେ ମୟୂରଭଞ୍ଜରେ କାର୍ଯ୍ୟରତ ଥିବା ସ୍ଵାସ୍ଥ୍ୟ ସଂଯୋଗ(ଏମ୍.ଏଚ୍.ୟୁ )ର ଆୟୁଷ ଡାକ୍ତର ମାନେ କଳା ବ୍ୟାଚ ପିନ୍ଧି କାର୍ଯ୍ୟରତ ଅଛନ୍ତି । ତାଟୋ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଆୟୁଷ ଡାକ୍ତର ଭାବେ କାର୍ଯ୍ୟରତ ଡା. ଇନ୍ଦ୍ର ମଣି ମହାନ୍ତ, ଡା, ଜାହ୍ନବୀ ତନୟା ଦାସ, ଡା. ରବି ରଞ୍ଜନ ମହାନ୍ତ ପ୍ରମୁଖ ରୋଗୀସେବା କାର୍ଯ୍ୟ ଜାରି ରଖିବା ସହିତ ଶୁଖଳିତ ଭାବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି କାର୍ଯ୍ୟ ବନ୍ଦ ନ କରି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା, ଆର୍ ଆର୍ଟି, କଣ୍ଟନମେଣ୍ଟ ଜୋନ୍ , କଣ୍ଟ୍ରାଷ୍ଟ ଟ୍ରେନିଂ,ଜରୁରୀକାଳୀନ ସେବା, ଓପିଡି ସେବା ଜାରି ରଖିଛନ୍ତି । ସେମାନଙ୍କ ଦାବି ଅନୁଯାୟୀ ସେମାନେ ବାରମ୍ବାର ସରକାର ଙ୍କ ନିକଟରେ ତାଙ୍କର ଦାବି ଉପସ୍ଥାପନା କରି ଆସିଛନ୍ତି, ମାତ୍ର ସରକାର ନିରବଦ୍ରଷ୍ଟା ପାଲଟିଛନ୍ତି ।ସେମାନଙ୍କ ପ୍ରମୁଖ ଦାବି ମଧ୍ୟରେ ଚାକିରି ନିୟମିତ କରିବା, ମାସିକ ବେତନ ଅତି କମରେ ୫୬ ହଜାର ପ୍ରଦାନ କରିବା, ଆୟର୍ବେଦିକ ଓ ହୋମିଓ ପ୍ୟାଥିକ ଔଷଧ ରୋଗୀଙ୍କ ପାଇଁ ଯୋଗାଣ କରିବା, ରାଜ୍ୟରେ କୋଭିଡ ଡ୍ୟୁଟିରେ କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ କରୋନା ଯୋଦ୍ଧାଙ୍କ ପାଇଁ ଯେଉଁସବୁ ଘୋଷଣା କରିଥିଲେ ତାକୁ ପ୍ରଦାନ କରାଯାଉ । ଡାକ୍ତରଙ୍କ ମତାନୁସାରେ ସେମାନେ ତୃଣମୂଳ ସ୍ତରରେ ସମସ୍ତ ଜାତୀୟ ପ୍ରୋଗ୍ରାମଠାରୁ ଆରମ୍ଭ କରି କରୋନା ମୁକାବିଲା ଲାଗି କାର୍ଯ୍ୟରତ ଥିଲେ ବି ଚରମ ଅବହେଳାର ଶିକାର ହେଉଛନ୍ତି । ସରକାରଙ୍କ ପ୍ରତ୍ୟେକଟି କାର୍ଯ୍ୟ କରୁଥିଲେ ସୁଦ୍ଧା ସେମାନଙ୍କର ନ୍ୟାର୍ଯ୍ୟ ଦାବି ପାଇବାରୁ ବଞ୍ଚିତ ଅଛନ୍ତି । ସରକାରଙ୍କ ପ୍ରତିଟି କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇଥିବାବେଳେ ସରକାରଙ୍କ ଏତାଦୃଶ ବୈମାତୃକ ମନୋଭାବ ସେମାନଙ୍କୁ ହତୋତ୍ସାହିତ କରୁଛି । ରାଜ୍ୟ ସରକାର ସେମାନଙ୍କ ଦାବି ଗୁଡିକୁ ମାନି ନେବାକୁ ଡାକ୍ତରମାନେ ନିବେଦନ କରିଛନ୍ତି ।
ସ୍ଥାୟୀ ନିଯୁକ୍ତି ସହ ଦରମା ବଢ଼ାଇବା ଦାବିରେ କଳାବ୍ୟାଚ୍ ପିନ୍ଧିଲେ ଆୟୁଷ ଡାକ୍ତର
|
August 12, 2020 |