ପଶ୍ଚିମବଙ୍ଗ ମଦରେ ଭାସୁଛି ବାଲିଆପାଳ ବିଦେଶୀ ନାଁରେ ନକଲି ବିକ୍ରି ଅଭିଯୋଗ

Spread the love

ବାଲେଶ୍ଵର ୯/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବାଲିଆପାଳ ବ୍ଲକ ଅଞ୍ଚଳରେ ଚୋରା ବିଦେଶୀ ମଦ ଅବାଧ ବିକ୍ରୀ ଚାଲିଛି । କରୋନା ବେଳେ ଓଡ଼ିଶାରେ ବିଦେଶୀ ମଦର ମୂଲ୍ୟ ବଢିଛି । ଏତିକିବେଳେ ପଶ୍ଚିମବଙ୍ଗରେ ବିଦେଶୀ ମଦ ମୂଲ୍ୟ କମ୍ ରହିଛି। ଏହାରି ସୁଯୋଗରେ ପଶ୍ଚିମବଙ୍ଗରୁ ପ୍ରତିଦିନ ବେପାରୀମାନେ ଚୋରାରେ ଦେଶ ଓ ବିଦେଶୀ ମଦ ଆଣି ଏଠାରେ ବିକ୍ରି କରୁଛନ୍ତି । ବାଲିଆପାଳ-କାଳିପଦା ରାସ୍ତାର ରାଜାରାଣୀ ଛକ ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ଏହିସବୁ ଚୋରା ମଦ ଡିପୋ ହୋଇଛି । ଏହାକୁ ଚୋରା ବେପାରୀମାନେ ନେଇ ପ୍ରାୟ ୪୦ ଟଙ୍କା ଅଧିକ ରଖି ବିକ୍ରୀ କରୁଛନ୍ତି । ଏହା ନକଲି କି ଅସଲି ତାହା ଜାଣିବାର ସୁଯୋଗ ନାହିଁ । ବିଦେଶୀ ମଦ ନାମରେ ବନ୍ଧୁ ପରିମାଣର ନକଲି ମଦ ଏଠାକୁ ଆସି ବିକ୍ରୀ ହେଉଥିବା ଅଭିଯୋଗ ହେଉଛି ।  ବାଲିଆପାଳ ବ୍ଲକରେ ଏବେ ୩ଟି ଲାଇସେନସପ୍ରାପ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଓ ଗୋଟିଏ ଠିପି ଖୋଲା ମଦ ଦୋକାନ ରହିଛି । କେବଳ ବାଲିଆପାଳ ବସଷ୍ଟାଣ୍ଡରୁ ସିମୁଳିଆ ମାର୍କେଟ ଯିଏ ୩ କିମି ପରିଧି ମଧ୍ୟରେ ୬ଟି ଚୋରା ମଦ କଟି ଚାଲିଛି। କର୍ମଚାରୀ । ଅଭାବ ଦର୍ଶାଇ ଅବକାରୀ ବିଭାଗ ଏହା ଉପରେ ଲଗାମ ଲଗାଇ ପାରୁନଥିବା ବେଳେ ପୁଲିସ ମାସିକିଆ ବଟି ନେର ଚୁପ ବସୁଛି । ଅନ୍ୟପକ୍ଷରେ ମଦ ବିରୋଧରେ ଆନ୍ଦୋଳନ  କରୁଥିବା ମହିଳ ସଙ୍ଗନଗୁଡିକୁ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ କୌଣସି ସହଯୋଗ ମିଳୁ ନଥିବା ଅଭିଯୋଗ ହେଉଛି । କିଛିଦିନ ତଳେ ସୁନାଇ ଗ୍ରାମରେ ପୁଲିସ ଚୋରାମଦ ବେପାରୀଙ୍କୁ ଛାଡ଼ିଦେଇ ଗ୍ରାମବାସୀଙ୍କ ନାଁରେ ମାମଲା ଗୁରୁ କରିଥିବା ସୂଚନା ମିଳିଛି  ।

      ଏମିତିକି ବ୍ଲକର ବିଭିନ୍ନ ପାନ, ଜରାଟି ରା ଦୋକାନ ଓ କିଛି ମଦବେପାରୀଙ୍କ ଘରେ ର ପଶ୍ଚିମବଙ୍ଗ ମାର୍କୀ ବିଦେଶୀ ମଦ ଓ ସାନବ୍ରାଣ୍ଡ ଦେଶୀ ମଦ ବିକ୍ରି ହେଉଛି । ସେପରି ବସ୍ତା ଆଞ୍ଚଳର ଜନୈଳ ଚୋରା ମଦବ୍ୟବସାୟୀ  ମୟୁରଭଞ୍ଜରୁ ଦେଶୀ ମଦ ଓ ଖୋଲାଖୋଲି ରାଳ ବ୍ଲକରେ ବରକୁ ସୁନର ଅବ୍ୟ ।

ମଦଭାଟିଗୁଡିକୁ ଫେରାଇଛନ୍ତି । ଉଲ୍ଲେଖଯୋଗ୍ୟ, ବାଲିଆପାଳ ଅଞ୍ଚଳରେ ଚୋରା ମଦର ପ୍ରସାର ଯୋଗୁ ବିଭିନ୍ନ ଅପରାଧିକ ଘଟଣା ଦିନକୁଦିନ  ବୃଦ୍ଧି ପାଉଛି ।ବାଲେଶ୍ଵର, କଟକରୁ ମୋବାଇଲ ସ୍କ୍ୱାର୍ଡ ବାଲିଆପାଳରେ ଆସି ପହଞ୍ଚିଲା ବେଳକୁ  ଚୋରା ବେପାରୀମାନେ ପୂର୍ବରୁ ସୂଚନା ପାଇ ଖସିଯାଉଛନ୍ତି । ଏହି ଚୋରା ମଦବେପାରୀଙ୍କୁ ଧରିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ସ୍ବତନ୍ତ୍ର  ପଦେକ୍ଷପ ନେବାକୁ ଦାବି ହେଉଛି ।

Related Posts

About The Author

Add Comment