ରାସ୍ତା ଉପରେ ନାଳପାଣି, ଆରଏସ୍‌ପି ଦୃଷ୍ଟି ପଡୁ?

Spread the love

ରାଉରକେଲା୦୮/୦୮/୨୦ (ସନ୍ଧାନ ନିଉଜ) :  ସାରା ଦେଶରେ ସ୍ୱଚ୍ଛ ଭାରତର ହାୱା ବହୁଥିବା ବେଳେ, ସାରନଗରୀରେ କିନ୍ତୁ ଏହାର ବ୍ୟତିକ୍ରମ ସ୍ପଷ୍ଟ ଭାବେ ପରିଲିକ୍ଷିତ ହେଉଛି । ଆରଏସପି ଅଧିକୃତ ଫର୍ଟିଲାଇଜର ଟାଉନସିପର ବିଭିନ୍ନ ଜାଗାରେ ନାଳପାଣି ରାସ୍ତା ଉପରେ ପ୍ରବାହିତ ହେବା କାରଣରୁ ଅଂଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ସାରନଗରୀର ସୁପର ମାର୍କେଟ ଅଂଚଳରେ ନାଳରେ ଜମା ହୋଇଥିବା ଅଳିଆ ଆବର୍ଜନାଯୁକ୍ତ ନାଳ ପାଣି ରାସ୍ତା ଉପରେ ମାଡ଼ି ଆସିବାରୁ ଏହା ଉଭୟ ଗ୍ରାହକ ଓ ବେପାରୀ ମାନଙ୍କ ପାଇଁ ଅସୁବିଧାର କାରଣ ପାଲଟିଛି । ସୁପର ମାର୍କେଟକୁ ଆସୁଥିବା ଗ୍ରାହକ ମାନଙ୍କ ଅଭିଯୋଗ ଅନୁଯାୟୀ, ନାଳ ପାଣି ମାର୍କେଟର ଏଣେତେଣେ ମାଡ଼ି ଯିବାରୁ ହାଟ ସଉଦା କରିବା ବେଳେ ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡୁଛି । ବାରମ୍ବାର ଏନେଇ ଆରଏସପି ସହରସେବା ବିଭାଗ ପାଖରେ ଅଭିଯୋଗ କଲେ ମଧ୍ୟ, କୌଣସି ସୁଫଳ ମିଳି ପାରୁନାହିଁ । ସେହିପରି ଟାଉନସିପର ଅନେକ କ୍ୱାର୍ଟର ନିକଟରେ ବହୁଛି ନାଳର ଅଳିଆ ପାଣି । ଏହି ରାସ୍ତା ଦେଇ ଆରଏସପି କର୍ମଚାରୀ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯିବା ଆସିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଅନୂରୂପ ଭାବେ ଫର୍ଟିଲାଇଜର ଟାଉନସିପର ଇ ବ୍ଲକ ଗୁଣ୍ଡିଚା ମନ୍ଦିର ନିକଟରେ ନାଳ ପାଣିର କୃତିମ ପୋଖରୀ ସୃଷ୍ଟି ହୋଇଛି । ଫଳରେ ନିକଟରେ ଥିକବା ଶିବ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଏସବୁ ସମସ୍ୟା ପ୍ରତି ଆରଏସପିର ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଅଂଚଳାବସୀଙ୍କ ପକ୍ଷରୁ ଦାବି ହୋଇଛି ।

Related Posts

About The Author

Add Comment