ବାଲେଶ୍ଵର ୮/୮/୨୦ (ସନ୍ଧାନ ନିଉଜ) ଦୀର୍ଘ ଦିନ ଧରି ବେଇଆନ ଭାବରେ ଚାଲିଥିବା ସୁବର୍ଣ୍ଣରେଖା ନଦୀ ପୀଠରୁ ବାଲି ଚାଲଣ ବେଳେ ଭୋଗରାଇ ର ଭାରପ୍ରାପ୍ତ ତହସିଲଦାରଙ୍କ ଚଢ଼ାଉ କରିଛନ୍ତି ସୂଚନାଯୋଗ୍ୟ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକଅନ୍ତର୍ଗତ ଆରୁହାବୃତ୍ତି ଗ୍ରାମ ଦେଇ ବହିଯାଇ ଥିବା ସୁବର୍ଣ୍ଣରେଖା ନଦୀ କୂଳ ରୁ ଡ଼ଙ୍ଗା ମାଧ୍ୟମ ରେ ଦିନ ରାତି ବାଲି ମାଫିଙ୍କ ଦ୍ୱାରା ପ୍ରତିଦିନ ଶହ ଶହ ଟ୍ରାକ୍ଟର ବାଲି ଚାଲଣ ହେଉଛି ଏଥି ପ୍ରତି ସ୍ଥାନୀୟ ବାସିନ୍ଦା ସରକାରଙ୍କୁ ଜଣାଇ ଲେ ମଧ୍ୟ ଏଠାରେ ପ୍ରଶାସନ ର କୌଣସି କାର୍ଯ୍ୟନୁଷ୍ଠାନ ଦେଖିବାକୁ ମିଳୁ ନଥିଲା କିନ୍ତୁ ଆଜି ସକାଳ 9ଟା ସମୟ ରେ ଭୋଗରାଇ ଭାରପ୍ରାପ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀଙ୍କ ଅନାଚକ ତାଙ୍କ ଟିମ ସହିତ ବାଲି ଖାଦାନ ଉପରେ ଚଢ଼ାଉ କରିଥିଲେ ରାଜ୍ୟ ସରକାରଙ୍କ covd -19ନିୟମ ଅନୁସାରେ ବାଲେଶ୍ୱର ଜିଲ୍ଲା କୁ ଶନିବାର ଏବଂ ରବିବାର ସଟଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ଏହାକୁ ଖୋଲାମ ଖୋଲାମ ଉଲଂଘନ କରୁଛନ୍ତି ବାଲି ମାଫିଆ ମାନେ ଘଟଣା ସ୍ଥଳେ ଭାରପ୍ରାପ୍ତ ତହସିଲଦାର ଦୁଇଟି ଟ୍ରାକ୍ଟର ଜବତ କରି ସେମାନଙ୍କ ପାଖରୁ 17500 ଲେଖାଏଁ ଫାଇନ କାଟିଛନ୍ତି ବୋଲି ଶ୍ରୀ ପାଣିଗ୍ରାହୀ ପ୍ରତିକ୍ରିୟା ଦେଇଥିଲେ
ବେଇଆନ ବାଲି ଚାଲଣ ରେ ତହସିଲଦାରଙ୍କ ଚଢ଼ାଉ
|
August 8, 2020 |



