ଅବହେଳିତ ଅବସ୍ଥାରେ ପଡ଼ିରହିଛି ରାଜରାଜୁଡା ଅମଳର ଡ଼ାକବଙ୍ଗଳା

Spread the love

ବାରିପଦା,୦୮/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ମୟୂରଭଞ୍ଜ ସ୍ଵତନ୍ତ୍ର ରାଜ୍ୟ ଥିବା ବେଳେ  ରାଜତନ୍ତ୍ର ସମୟରୁ ତତ୍କାଳୀନ ଅମରଦା ପ୍ରଗଣାର ଅମରଦା ଠାରେ ଏକ ବୃହତ  ପୋଖରୀ ଖନନ କରାଯିବା ସହିତ ଚିତ୍ତ ବିନୋଦନ ପାଇଁ ଏଠାରେ ଏକ ଅତିଥିଭବନ ନିର୍ମାଣ କରାଯାଇଥିଲା ।  ରାଜତନ୍ତ୍ର ସମୟର ଅତୀତ ତଥା ଐତିହକୁ ବହନ କରି ଆସୁଥିବା ଏହି ଅତିଥିଭବନ ଏବେ ଅବହେଳିତ ଅବସ୍ଥାରେ ପଡିରହିଛି । ସ୍ୱାଧୀନତାର ବହୁବର୍ଷ ପରେ ଏହି ଅତିଥିଭବନ ସରକାରଙ୍କ ପୂର୍ଭବିଭାଗ ଅଧୁନକୁ ଯାଇଛି । ସେ ସମୟରୁ ଅତିଥିଭବନ ଏବେ ଅମରଦା ଡାକବଙ୍ଗଳା ଭାବେ ଜନମାନସରେ ପରିଚିତ ।

            ପୂର୍ଭବିଭାଗ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ ଠିକ୍ ଭାବରେ କରାଯାଉ ନ ଥିବାରୁ ଡାକବଙ୍ଗଳାର କବାଟ, ଝରକା ଭାଙ୍ଗିରୁଜି ଯାଇଥିବା ବେଳେ ପୁରାତନ କୋଠି ଗୁଡିକ ମଧ୍ୟ ଜରାଜୀର୍ଣ୍ଣ ହେବାକୁ ବସିଲାଣି । ଡାକବଙ୍ଗଳାକୁ ଜଗି ରହିବା ପାଇଁ ବିଭାଗ ପକ୍ଷରୁ ଏକ ଜଗୁଆଳୀ ନିୟୋଜିତ କରାଯାଇଛି । ଲୋକମତରୁ ଜଣାପଡେ ଯେ, ଅମରଦା  ବଡ଼ପୋଖରୀ ଏବଂ ଡାକବଙ୍ଗଳା ତତ୍କାଳୀନ ମୟୁରଭଞ୍ଜ ରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓଙ୍କ ସମୟରେ ନିର୍ମାଣ କରାଯାଇଥିବା ଜଣାପଡେ । ଅମରଦା ଡାକବଙ୍ଗଳା ସହିତ  ଅମରଦା ବଡପୋଖରୀ ରାଜପରିବାର ଅନନ୍ୟ କୃତିତ୍ବ ଥିବାରୁ ପୂର୍ବତନ ମୋରଡା ବିଧାୟକ ତଥା ରାଜପରିବାରର ଦାୟାଦ ପ୍ରବୀଣଚନ୍ଦ୍ର ଭଞ୍ଜଦେଓଙ୍କ ଠାରେ ଦାବି କରାଯାଇଥିଲା । ଏହାର ପୁନରୁଦ୍ଧାର କରାଯିବାକୁ ପୂର୍ବତନ ବିଧାୟକ ଶ୍ରୀ ଭଞ୍ଜଦେଓ ମଧ୍ୟ ପ୍ରଚେଷ୍ଟା କରିଥିଲେ। ନିକଟ ଅତୀତରେ ଡାକବଙ୍ଗଳାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ଭବିଭାଗ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା । ଟେଣ୍ଡର ନେଇଥିବା ବ୍ୟକ୍ତି କାମ କରିବା ପାଇଁ ଅମରଦାକୁ ଆସିଥିବା ବେଳେ ସ୍ଥାନୀୟ ଅମରଦା ଅଞ୍ଚଳରେ ନେତୃତ୍ବ ନେଉଥିବା ଜନୈକ ବ୍ୟକ୍ତି ଘୋର ବିରୋଧ କରିଥିଲେ। ଫଳରେ ପୁନରୁଦ୍ଧାର  କାର୍ଯ୍ୟ ହେବା ସମ୍ଭବ ହୋଇପାରି ନ ଥିବା ବୋଲି ଶୁଣିବାକୁ ମିଳୁଛି । ସାମାନ୍ୟ ସ୍ୱାର୍ଥ ପାଇଁ ଅଞ୍ଚଳର ବିକାଶଧାରାକୁ ପ୍ରତିରୋଧ  କରିଲେ ଅଞ୍ଚଳର ବିକାଶ ଧାରାରେ  ଅବନତି ଘଟିବାର ଅନେକ ନଜିର ରହିଛି । ମୟୁରଭଞ୍ଜ ଇତିହାସରେ ରାସଗୋବିନ୍ଦପୁର ବ୍ଲକର ଅମରଦା ପ୍ରଗଣ କଥା ଉଲ୍ଲେଖ ଥିବା ବେଳେ ଏହା ଆମ ଅଞ୍ଚଳ ପାଇଁ ଗର୍ବର ବିଷୟ । ସ୍ଵାଧୀନତା ପୂର୍ବରୁ ରାସଗୋବିନ୍ଦପୁର ଠାରେ ନିର୍ମାଣ କରାଯାଇଥିବା ଏସିଆ ମହାଦେଶର ଅଦ୍ବିତୀୟ ଏୟାରଷ୍ଟ୍ରିପ୍ ମଧ୍ୟ ସେତେବେଳେ ଅମରଦା ଏଆରଷ୍ଟ୍ରିପ ନାମରେ ନାମିତ କରାଯାଇଥିଲା । ଇତିହାସ ଅମରଦାକୁ ଉଜ୍ଜୀବିତ ରଖୁଥିବା ବେଳେ ମାଟିର ଦାୟାଦ ହିସାବରେ ପୁରାତନ ଐତିହକୁ ଜନମାନସରେ ଚିରଦିନ ପାଇଁ ଉଜୀବିତ ରଖିବାର ଆବଶ୍ୟକତାକୁ କେବେ ବି ଭୁଲିଯିବା ଉଚିତ ନୁହେଁ । ଅତୀତର ଐତିହକୁ ପୁନରୁଦ୍ଧାର ପାଇଁ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି । ପୂର୍ଭବିଭାଗର ଉଚ୍ଚ କଭୃପକ୍ଷ ତୁରନ୍ତ ରାଜତନ୍ତ୍ର ସମୟର ଐତିହକୁ ପୁନରୁଦ୍ଧାର କରାଯିବା ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Related Posts

About The Author

Add Comment