କଲେଜ ପରୀକ୍ଷା ଫି ଛାଡ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

Spread the love

ବାରିପଦା ୦୭/୦୮/୨୦୨୦ (ସନ୍ଧାନ ନିଉଜ) ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦୁଇ ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ବର୍ତ୍ତମାନ କୋଭିଡ ପରିସ୍ଥିତିରେ ପରୀକ୍ଷା ଫି ଛାଡ କରାଯିବା ଏବଂ ବିଶ୍ୱବିଦ୍ୟାଳୟର ନୂତନ ଭାବେ ଖୋଲାଯାଇଥିବା ନିୟମିତ ପାଠ୍ୟକ୍ରମ ଗୁଡିକ ପାଇଁ ଶିକ୍ଷକ ନିଯୁକ୍ତି ସକାଶେ ଦାବି କରାଯାଇଛି । ଛାତ୍ରନେତା ମନିଷ କୁମାର ଗିରି ଓ ଚିତେଶ୍ଵର ବେହେରାଙ୍କ ନେତୃତ୍ବରେ ବିକାଶ ମହାନ୍ତ, ରାହୁଲ କୁମାର ନନ୍ଦି, ଆସ୍‌ଲାମ୍ ମହମ୍ମଦ, ସୁଦୀପ କୁମାର ପାତ୍ର, ପ୍ରଦ୍ୟୁମ୍ନ ବେହେରା ଓ ସମୀର ଲେଙ୍କା ପ୍ରମୁଖଙ୍କ ଦ୍ବାରା ଜିଲ୍ଲାପାଳଙ୍କୁ ଅନୁପସ୍ଥିତିରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତିଙ୍କ ଜରିଆରେ ପ୍ରଦାନ କରାଯାଇଛି ।

      ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ନିୟମିତ ଶିକ୍ଷକଙ୍କ ଅଭାବରୁ ପାଠପଢ଼ା ବାଧାପ୍ରାପ୍ତ ହେଉଛି । ବର୍ତ୍ତମାନ କୋଭିଡ-୧୯ ବେଳେ ଲକଡାଉନ ଓ ସଟଡାଉନ ପାଇଁ ଅଧିକାଂଶ ଅଭିଭାବକଙ୍କ ଆର୍ଥିକ ପରିସ୍ଥିତିରେ ସମସ୍ୟା ଦେଖା ଦେଇଛି । ଯାହା ଫଳରେ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଫି ଏବଂ ରି-ଆଡମିଶନ ବାବଦ ଅର୍ଥ ଜମା କରିବା ଅସମ୍ଭବ ହୋଇ ପଡିଛି । ଏଣୁ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ସମସ୍ତ ମହାବିଦ୍ୟାଳୟରେ ଫର୍ମ ପୂରଣ ପାଇଁ ଫି ଛାଡ କରାଯିବାକୁ ଦାବି କରାଯାଇଛି ।

Related Posts

About The Author

Add Comment