ବାରିପଦା ୩୧/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ରାଜ୍ୟ ସରକାର ମଙ୍ଗଳବାର ଓଏଏସ୍ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କଳାହାଣ୍ଡି ଉପଜିଲ୍ଲାପାଳ ବିଶ୍ବଜିତ ରାୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା । ରାଜକନିକା ବିଡିଓ ଭାବେ ନିଯୁକ୍ତି ମିଳିଛି । ସେହିପରି ଆଉ କେତେଜଣ ଓଏଏସ୍ ଅଫିସରଙ୍କୁ ତାଙ୍କ ପୁରୁଣା ଜାଗାକୁ ଫେରାଇ ଅଣାଯାଇଛି। ଜନ୍ମେଜୟ ବେହେରାଙ୍କୁ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବିଡିଓ ଭାବେ ନିଯୁକ୍ତି ଦିଆଯାଇଛି। ଶରତ କୁମାର ସେଠୀଙ୍କୁ ବାଣପୁର, ଧୋବେଲ ନାଏକଙ୍କୁ ବୋଲଗଡ଼ ବିଡ଼ିଓ, ବ୍ୟାସଦେବ ବେହେରାଙ୍କୁ ବନିକା ବିଡିଓ, ବିଶ୍ୱନାଥ ସାହୁଙ୍କୁ ଛେଣ୍ଡିପଦା ବିଡ଼ିଓ, ଦିଲୀପ କୁମାର ପଟ୍ଟନାୟକଙ୍କୁ ଲକ୍ଷ୍ମୀପୁର ବିଡ଼ିଓ, ଜ୍ୟୋତି ବିକାଶ ଦାସଙ୍କୁ ଚାନ୍ଦବାଲି ବିଡିଓ ଭାବେ ଦାୟିତ୍ବ ଦିଆଯାଇଛି। ପ୍ରଶାନ୍ତ କୁମାର ଜେନାଙ୍କୁ କୃଷ୍ଣପ୍ରସାଦ ବିଡିଓ ଭାବେ ବଦଳି କରାଯାଇଛି। ସେହିପରି ବିନିକା ବିଡିଓ ବିଶ୍ବନାଥ ମଲ୍ଲିକଙ୍କୁ । ଲୋୟର ସୁକତେଲ ପ୍ରକଳ୍ପର ଜୋନ୍ ଅଫିସରଭାବେ ପୁନର୍ବାର ଫେରାଇ ଅଣାଯାଇଛି । ସେହିପରି ନବରଙ୍ଗପୁର ବିଡ଼ିଓ ଲଳିତ ମଣ୍ଡଳଙ୍କୁ । କଳାହାଣ୍ଡି ଡେପୁଟି କଲେକ୍ଟର ଭାବେ ଫେରାଇ ଅଣାଯାଇଛି। । ରାଇଘର ବିଡ଼ିଓ ଥିବା ଯୁଧୁଷ୍ଠିର ନାଏକଙ୍କୁ ଗଜପତି ଜିଲ୍ଲା ଡେପୁଟି । କଲେକ୍ଟର ଦାୟିତ୍ବ ମିଳିଛି। ଯଶିପୁର ବିଡିଓ ଅନୁପମା ଘୋଷଙ୍କୁ ଭଦ୍ରକ । ଡେପୁଟି କଲେକ୍ଟର ଭାବେ ଫେରାଇ ଅଣାଯାଇଛି। ଏହିଭଳି ଆଉ । କେତେଜଣ ଅଫିସରଙ୍କୁ ସେମାନଙ୍କ ପଦବୀ ବଦଳରେ ଅନ୍ୟ ସ୍ଥାନରେନିଯୁକ୍ତି ମିଳିଛି। ସେହିପରି ଓଡ଼ିଶା । ପ୍ରଶାସନିକ ସେବା(ଓଏଏସ) ଗୁପ୍-ଏ ଜୁନିୟର ବ୍ରାଞ୍ଚର ୬୦ ଅଧୁକାରୀଙ୍କୁ ବିଭିନ୍ନ ଜିଲ୍ଲାକୁ ଟ୍ରେନ । ରିଜର୍ଭ ଅଫିସର(ଟିଆର୍ଓ) କରି ରାଜ୍ୟ ସରକାର ପଠାଇଛନ୍ତି । ଏହି ସମସ୍ତ ଅଧୁକାରୀଙ୍କୁ ଅଗଷ୍ଟ ୪ରେ କାର୍ଯ୍ୟରେ ଯୋଗଦେବା ଲାଗି କୁହାଯାଇଛି । ନୂତନଭାବେ ଓଏଏସ୍ ହୋଇଥିବା ୬୦ଜଣଙ୍କ ଲାଗି ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ଏହି ନିର୍ଦ୍ଦେଶନାମା ଜାରି କରିଛି ।
ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ
|
July 31, 2020 |
