ରାଉରକେଲା, ୨୯/୦୭/୨୦୨୦ (ସନ୍ଧାନ ନିଉଜ) : ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ଡି ବ୍ଲକ ପାହାଡ଼ ସ୍ଥିତ ମହାକାଳେଶ୍ୱର ମନ୍ଦିର ନିକଟରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ହାତୀବନ୍ଧା ସରପଂଚ ଚମର ସିଂ ମୁଣ୍ଡାରୀଙ୍କ ଯୋଗଦେଇ ପ୍ରଥମେ ଚାରା ରୋପଣ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବୃକ୍ଷ ମନୁଷ୍ୟର ସର୍ବପ୍ରଥମ ଓ ସର୍ବଶେଷ ବନ୍ଧୁ ବୋଲି ସେ ସେଠାରେ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ପ୍ରକାଶ କରିଥିଲେ । ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବ୍ୟକ୍ତି ମାନେ ସହଯୋଗ କରିଥିଲେ । ଘନଶ୍ୟାମ ସାହୁ, ମାଧବୀ ତନ୍ତୀ, ଗୋପାଳ ଦାସ, ରେଣୁକା ଲୋହାର, କ୍ଷୀରୋଦ ପଶାୟତ, ସଂଜୟ ଦାସ, ଜଗଦୀଶ ବାଗ, ସଂଜୟ କୁମାର ବଳ, ଅନ୍ନପୂର୍ଣ୍ଣା ବେହେରା ଗୋଟିଏ ଲେଖାଏ ଚାରା ନିଜ ହାତରେ ରୋପଣ କରିଥିଲେ ।
ଦକ୍ଷିଣ ରାଉରକେଲାରେ ଚାରାରୋପଣ କାର୍ଯ୍ୟକ୍ରମ
|
July 29, 2020 |



