ବାରିପଦା ୨୪/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ରେ ଗତ ୨୦୧୯ ବୁଲବୁଲ ବାତ୍ୟାରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ବ୍ଲକ ପ୍ରଶାସନ ଦର୍ଶାଇ ଲକ୍ଷାଧିକ ଟଙ୍କା ହଡପ କରିବାକୁ ଯୋଜନା ଚାଲିଛି । ଏନେଇ ଜିଲ୍ଲା ଯୋଜନା ଓ ପ୍ରଶମନ ପକ୍ଷରୁ ପ୍ରାୟ ୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ହେଲେ ବ୍ଲକ ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କ ନିମନ୍ତେ କୌଣସି ବିଜ୍ଞାପ୍ତି ଜାରି କରାଯାଇନି । ତେବେ କିଛି ଠିକାଦାର,ବ୍ଲକ କର୍ମଚାରୀ ଓ ପ୍ରଭାବଶାଳୀ ସ୍ଥାନରେ କାମ ଆରମ୍ଭ ହେଉଛି । ଏମିତି ଅଭିଯୋଗ କରି ସ୍ଥାନୀୟ ଅଂଚଳର କିଛି ଲୋକ ଓ ବୃଦ୍ଧିଜୀବୀମାନେ ମଙ୍ଗଳବାର ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ସ୍ମାରକୀୟପତ୍ର ପ୍ରଦାନ କରିଛନ୍ତି । ଏହି କୌଣସି ବୋର୍ଡ ଲାଗି ନ ଥିବାବେଳେ କାର୍ଯ୍ୟର ଆଦେଶ ନିଦେ୍ର୍ଧଶ ନଥାଇ କାର୍ଯ୍ୟ କେମିତି ଆରମ୍ଭ ହେଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ତେଣୁ ଘଟଣା ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୁର୍ନୀତିଗ୍ରସ୍ତ କର୍ମଚାରୀ,ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ଗ୍ରାମବାସୀମାନେ ଦାବିପତ୍ରରେ ଦର୍ଶାଇଛନ୍ତି , ଜିତୁ ନାୟକ ନାମକ ଜଣେ ଯୁବକ କପ୍ତିପଦା ତହସିଲଦାରଙ୍କ ଠାରୁ ଲୋକ ସୂଚନା ଅଧିକାର ଆଇନ୍-୨୦୦୫ବଳରେ ଏସବୁ କାମର ତଥ୍ୟ ମାଗିଥିଲେ । ହେଲେ ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଲବୁଲ ବାତ୍ୟାରେ ବ୍ଲକରେ କୌଣସି କ୍ଷତି ହୋଇ ନଥିବା ରିର୍ପୋଟ ଆସିଥିଲା । ଫଳରେ ବ୍ଲକ ପ୍ରଶାସାନର କାର୍ଯ୍ୟଶୈଳି ସନେ୍ଦହ ଘେରକୁ ଆସିଥିଲା । ସେଥିପାଇଁ ପୁଣି ଥରେ ଏନେଇ ସ୍ଥାନୀୟ ବିଡିଓଙ୍କୁ ସୂଚନା ଅଧିକାରରେ ତଥ୍ୟ ମଗାଯିବାରୁ ସେ ତଥ୍ୟ ନ ଦେଇ ଓଲଟା ଅଭିଯୋଗକାରୀଙ୍କ ବିରୋଧରେ ମାମଲା ରୁଜୁ କରିøା ଦୁର୍ନୀତିକୁ ଚାପିବା ପାଇଁ ଉଦ୍ୟମ କରୁଛନ୍ତି । ବୋଲି ଅଭିଯୋଗ ହୋଇଛି । ଦାବିପତ୍ର ଦେବା ସମୟରେ ସାମାଜସେବୀ ସୁଶିଲ ପାତ୍ର, ମାନଓ ମିଶ୍ର, ସଯ୍ୟା ନାଏକ , ପ୍ରଶାନ୍ତ ଦେହୁରି ବାବୁ ମହାନ୍ତି , ଦଶରଥ ନାଏକ , ଜିତୁ ନାଏକ ,ସଞ୍ଜୟବେହେରା,ସିତରଞ୍ଜ ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
ବୁଲବୁଲ ବାତ୍ୟାରେ କ୍ଷୟକ୍ଷତି ଦର୍ଶାଇ ଲକ୍ଷାଧିକ ଟଙ୍କା ହଡପ
|
July 24, 2020 |
