ବ୍ଲୋ ଉତ୍ପାଦନରେ ରାଉରକେଲା ଇସ୍ପାତ କାରଖାନାର ଜାତୀୟ ରେକର୍ଡ

Spread the love
ରାଉରକେଲା, ୨୩/୦୭ (ସନ୍ଧାନ ନିଉଜ) : ଆତ୍ମନିର୍ଭର ଭାରତ ନିର୍ମାଣରେ ଶ୍ରେଷ୍ଠ ଯୋଗଦାନ ଦେବା ନିମନ୍ତେ ସେଲ ପ୍ରତିବଦ୍ଧ ବୋଲି ସେଲ ଅଧ୍ୟକ୍ଷ ଅନିଲ କୁମାର ଚୌଧୁରୀ ପ୍ରକାଶ କରିଛନ୍ତି । ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ଜୁଲାଇ ୨୨ ତାରିଖରେ ଆୟୋଜିତ ଇ-ସାମ୍ବାଦିକ ସମ୍ମିଳନୀରେ ସେଲ ଅଧ୍ୟକ୍ଷ ଏହା ପ୍ରକାଶ କରିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଆରଏସପିର ସିଇଓ, ଶ୍ରୀ ଦୀପକ ଚଟ୍ଟରାଜ ମଧ୍ୟ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଏହି ସମ୍ମିଳନୀରେ ଭୁବନେଶ୍ଵର ଓ ରାଉରକେଲାର ବହୁ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ଭାଗନେଇଥିଲେ। ଗତ ଜୁଲାଇ ୨ ତାରିଖରେ ଆରଏସପି ଏହାର ଷ୍ଟିଲ ମେଲ୍ଟିଂ ସପ-୨ ବିଭାଗରେ ଗୋଟିଏ କନଭର୍ଟରରେ ଗୋଟିଏ ଦିନରେ ୪୮ଟି ବ୍ଲୋ ତିଆରି କରି ଜାତୀୟସ୍ତରୀୟ ରେକର୍ଡ ସୃଷ୍ଟି ପରିପ୍ରେକ୍ଷୀରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।

Related Posts

About The Author

Add Comment