ରେଳ ଧାରଣାରୁ ମୃତଦେହ ଉଦ୍ଧାର

Spread the love

ରାଉରକେଲା, ୨୨/୦୭ (ସନ୍ଧାନ ନିଉଜ) :  ସୁନ୍ଦରଗଡ଼ ଜିଲା ଲାଠିକଟା ଥାନା ଅନ୍ତର୍ଗତ କର୍ଲଖମନ ରେଳୱେ କଲୋନୀ ନିକଟ ବସ୍ତିରେ ରହୁଥିବା ଜଣେ ଯୁବକ ନିକଟ ରେଳ ଲାଇନରେ କୌଣସି ଏକ ଟ୍ରେନରେ କଟି ମୃତ୍ୟୁବରଣ କରିଥିବା ଖବର ମିଳିଛି । ଯୁବକ ଜଣଙ୍କ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସର ପ୍ରାଥମିକ ତଦନ୍ତ କାଳରେ ଅନୁମାନ କରିଛି । ମୃତ ଯୁବକ ଜଣଙ୍କ ହେଲେ ବନବିହାରୀ ମୁଣ୍ଡା(୪୫) । ସେ ନିକଟ ଏକ ବସ୍ତିରେ ରହୁଥିଲେ ।  ତାଙ୍କର ସାମାନ୍ୟ ମାନସିକ ବିକୃତି ରହିଥିଲା ବୋଲି ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ କୁହାଯାଇଛି । ବହୁ ଦିନ ହେଲା ସେ ଅଂଚଳର ବିଭିନ୍ନ ଅଂଚଳରେ ବୁଲାବୁଲି କରୁଥିଲେ ।  ଆଜି ସକାଳେ ବସ୍ତି ବାସିନ୍ଦା ରେଳ ଲାଇନରେ ତାଙ୍କ ମୃତ ଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେବା ପରେ ଜିଆରପି ପୁଳିସ ଓ ଲାଠିକଟା ଥାନା ପୁଲିସ କର୍ମୀ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଥିଲେ ।

Related Posts

About The Author

Add Comment