ଯାଜପୁର ଏସ.ପି.ଙ୍କ ଚଣ୍ଡିଖୋଲ ପରିଦର୍ଶନ; ନିୟମ ଉଲଘଂନକାରୀଙ୍କୁ ଦଣ୍ଡିତ ଓ ଦୁଇ ଦିବ୍ୟାଙ୍ଗକୁ ମାକ୍ସ ସହାୟତା

Spread the love

ଚଣ୍ଡିଖୋଲ ,୧୯/୦୭ (ସନ୍ଧାନ ନିଉଜ):- ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବିଶ୍ୱରୂପ ଧାରଣ କରିଥିଲା ବେଳେ ସରକାର ଜନସାଧାରଣଙ୍କ ସୁରକ୍ଷା ଲାଗି କରିଥିବା ଲକଡାଉନକୁ କିଛି ଅମାନିଆ ମାନୁନଥିବାର ଖବର ପାଇ ଚଣ୍ଡିଖୋଲ ପରିଦର୍ଶନରେ ଆସିଥିଲେି ଯାଜପୁର ଏସ.ପି.ଚରଣ ସିଂ ମୀନା । ଲକଡାଉନର ଦ୍ୱିତିୟ ଦିନ ରବିବାରରେ ଚଣ୍ଡିଖୋଲ ଛକର ସ୍ଥିତି ପରଖିବା ପାଇଁ ହଠାତ ଦିନ ୧୦ଟା ବେଳେ ପହଂଚି ଥିଲେ । ପରିବା ମାର୍କେଟ, ଟ୍ରାଫିକ ପୋଷ୍ଟ, ଲୁହାପଥର ବୋଝେଇ କରିନେଉଥିବା ଗାଡିର ଭିଡ ଓ ନିୟମକୁ ଉଲଘଂନ କରି ବିନା କାରଣରେ ବାଇକ ଧରି ଆସୁଥିବା ଗାଡି ଚାଳକଙ୍କୁ ତାଗିଦ କରିଥିଲେ । ଏହା ପୂର୍ବରୁ ବଡଚଣା ଥାନା ଅଧିକାରୀ ପ୍ରିୟବ୍ରତ ରାଉତଙ୍କ ନିଦେ୍ର୍ଦଶ କ୍ରମେ ସହକର୍ମୀ ମାନେ ନିୟମ ଉଲଘଂନ କରି ବାଇକ ନେଇ ଆସୁଥିବା ପ୍ରାୟ ୨୦ରୁ ଉର୍ଦ୍ଧ ଗାଡିକୁ ଅଟକ ରଖିଥିଲେ । ପରେ ଆମନିଆ ମାନଙ୍କ ଠାରୁ ୨୦ହାଜରରୁ ଉର୍ଦ୍ଧଟଙ୍କା ଫାଇନ ଆଦାୟ କରିଯାଇଥିଲା । ପରିବା ମାର୍କେଟ କଡାରେ ଥିବା ଜାତୀୟ ରାଜପଥର ପାଶ୍ୱର୍ବତୀ ରାସ୍ତାକୁ ବାଉଁଶ ବାନ୍ଧି ଅଟକ ରଖିଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା । ଏସ.ପି.ଙ୍କ ନିଦେ୍ର୍ଦଶ କ୍ରମେ ଉକ୍ତ ରାସ୍ତାରୁ ବାଉଁଶ ଗୁଡିକ ହଟାଇବା ପାଇଁ ଥାନା ଅଧିକାରୀ ସଂପୃକ୍ତ ବ୍ୟକ୍ତିଙ୍କ ଦ୍ୱାରା ହଟାଇଇଥିଲେ । ଏସ.ପି. ଛକର ବିଭିନ୍ନଅଂଚଳ ଚାଲିଚାଲି ବୁଲୁଥିଲା ସମୟରେ ଦୁଇଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମାକ୍ସ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା । ଆଜିର ଏହି ତନଖି ସମୟରେ ବିନା କାରଣରେ ନିୟମ ଉଲଂଘନ କରି ବାଇକ ନେଇ ଆସୁଥିବା ଲୋକମାନେ ନାହିଁ ନଥିବା ଅୁସବିଧା ଭୋଗ କରୁଥିଲେ । ଏହି ଯାଂଚ ସମୟରେ ବଡଚଣା ଥାନା କର୍ମଚାରୀ ଓ ଚଣ୍ଡିଖୋଲ ଫାଣ୍ଡି ଅଦôକାରୀ ସୁଶୀଲ କୁମାର ନାୟକଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଏହି ଯାଂଚ କାର୍ଯ୍ୟ ଚଳାଇଥିବା ଦେଖିବାକୁ ମିଳିଥିଲା । ସରକାର ସାଧାରଣ ଲୋକଙ୍କ ସୁରକ୍ଷା ଓ କରୋନାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ନିତି ନିୟମ ପ୍ରଣୟନ କରିଥିଲେ ବି କେତେକ ବ୍ୟକ୍ତି ଏହାକୁ ଖୋଲା ଉଲଂଘନ କରୁଥିବାରୁ ସମୋନେ ଏହିଭଳି ଦଣ୍ଡିତ ହେଉଥିବା ଦେଖିବାକୁ ମିଳିଛି । ପୋଲିସର ଏହିଭଳି ଚଢାଉ ହେଲେ ଏହି ଅମାନିଆ ମାନେ ନିୟମ ମାନିବେ ବୋଲି ବୁଦ୍ଧିଜୀବି ମାନେ ଚର୍ଚ୍ଚା ହେଉଛି । ଗ୍ରାମଂଚଳରେ ଆଉ ଆଗଭଳି ଚଢ଼ାଉ ହେଉନଥିବାରୁ ଲୋକମାନେ ବୁଲାବୁଲି କରୁଥିବା ଦେଖାଯାଉଛି ।

Related Posts

About The Author

Add Comment