କନେଷ୍ଟବଳ କଳା କାରାନାମା; ଦ୍ବିତୀୟ ବିବାହ ଅଭିଯୋଗ ଆଣିଲେ ପତ୍ନୀ

Spread the love

ବାଲେଶ୍ଵର, ୧୬/୦୭/୨୦ (ସନ୍ଧାନ ନିଉଜ) : ପୁଣି ଖାକିରେ ଲାଗିଛି କଳଙ୍କ । ଅବୈଧ ସମ୍ପର୍କ ରଖି ପତ୍ନୀକୁ ନିର୍ଯାତନା ଦେଉଥିବା ଅଭିଯୋଗରେ ଜେଲ୍ ଯାଇଥିବା କନେଷ୍ଟବଳ ପୁଣି ଦ୍ବିତୀୟ ବିବାହ କରିବାକୁ ଯାଇ ହରଡ଼ଘଣାରେ ପଡିଛନ୍ତି । ଏହାକୁ ନେଇ ପତ୍ନୀ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ପତ୍ନୀ ଦମୟନ୍ତୀଙ୍କ ଅଭିଯୋଗ ଅନୁସାରେ ନୀଳଗିରି ଥାନା ହାତିଆଶିଳା ଗ୍ରାମର ଗୈରହରି ସିଂଙ୍କ ଝିଅ ଦମୟନ୍ତୀ ବିଟୁସାହିର ମନ୍ତ୍ରୀ ସିଂଙ୍କ ସାନପୁଅ ସଂଜୟଙ୍କୁ ବିବାହ କରିଥିଲେ । ସଂଜୟ ଜଣେ ପୋଲିସ କନେଷ୍ଟବଳ ବିବାହର ୩ ବର୍ଷ ପରେ ଅନ୍ୟ ଜଣେ ମହିଳାଙ୍କ ସହିତ ଅବୈଧ ସମ୍ପର୍କ ରଖିଥିବାରୁ ଦମୟନ୍ତୀ ବିରୋଧ କରିଥିଲେ ଏଥିରେ ଉତକ୍ଷିପ୍ତ ହୋଇ ସଂଜୟ ଦମୟନ୍ତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ କଟୁରି ଧରି ମାରିବାକୁ ଗୋଡାଇଥିଲେ । ଏ ନେଇ ଦମୟନ୍ତୀ ୨୦୧୮ ମେ ୧୭ ରେ ଲିକ୍ଷିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ନିଳଗିରି ପୋଲିସ ୨୭୬/୧୮ ନଂ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ସଂଜୟ ଜାମିନରେ ଆସି ଡ୍ୟୁଟି କରୁଛନ୍ତି । ସେହିଦିନଠାରୁ ଦମୟନ୍ତୀ ବାପଘରେ ରହୁଥିବା ବେଳେ ୨ବର୍ଷ ପରେ ଅର୍ଥାତ୍ ଆଜି ଅଭିଯୁକ୍ତ ସଂଜୟ ରେମୁଣାର ପାଳସିଆ ଅଞ୍ଚଳରେ ଦ୍ବିତୀୟ ବିବାହ କରୁଥିବା ଖବର ପାଇ ନୀଳଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏ ନେଇ ତଦନ୍ତ ଚାଲିଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

Related Posts

About The Author

Add Comment