ବିଭିନ୍ନ ବସ୍ତିରେ ଦୂଷିତ ପରିବେଶ

Spread the love

ରାଉରକେଲା, ୦୪/୦୭/୨୦ (ସନ୍ଧାନ ନିଉଜ) : ବିଗତକିଛି ଦିନ ଲଗାଣ ବର୍ଷାରେ ଦକ୍ଷିଣ ରାଉରକେଲା ସମେତ ସାରନଗରୀର ବିଭିନ୍ନ ବସ୍ତି ଅଂଚଳରେ ପରିବେଶ ପୂତିଗନ୍ଧମୟ ହୋଇପଡ଼ିଛି ।ବର୍ଷା ହେବା ଯୋଗୁଁ ଅଳିଆ ଆବର୍ଜନା ଏଣେତେଣେ ଜମା ରହୁଛି ।ଡ଼୍ରେନେଜ ବ୍ୟବସ୍ଥା ଠିକ ନରହିବା କାରଣରୁ ଅଳିଆ ଡ଼୍ରେନରୁ ବାହାରିପାରୁନାହିଁ ।ଅପରପକ୍ଷେ କେତେକ ବସ୍ତିରେ ଡ଼୍ରେନେଜ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇନାହିଁ ।ଦକ୍ଷିଣ ରାଉରକେଲାର ହାଟିଙ୍ଗଟୋଲା ବସ୍ତି,କଇଁଥାବସା,ବାଲିଯୋଡ଼ିର କିଛି ଅଂଚଳ,ଜଲଦା,ଧରମଡ଼ିହି,ନୂଆଡ଼େରା,ଟାଙ୍ଗରପାଲୀ ଆଦିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି ।କେତେକ ବସ୍ତି ଓ ସାରନଗରୀ ଡ଼ି ବ୍ଲକ ନିକଟରେ ମଇଁଷି ଓ ଘୁଷୁରି ପଲଙ୍କ ଆଡ଼ା ଜମି ରହୁଛି ।ଫଳରେ ଅଂଚଳରେ ଡ଼େଙ୍ଗୁ ଓ ମେଲରିଆର ଭୟ ବୃଦ୍ଧି ପାଉଛି ।ଏହି ବସ୍ତି ଗୁଡ଼ିକରେ ଆବର୍ଜନା ସଫା କରାଯାଉନାହିଁ ବୋଲି ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି । ବସ୍ତିର ରାସ୍ତା ଗୁଡ଼ିକ କାଦୁଅ ପଚ ପଚ ହୋଇଥିବା କାରଣରୁ ଦୂଷିତ ପରିବେଶରେ ବସ୍ତି ବାସିନ୍ଦାମାନଙ୍କୁ ରହିବାକୁ ପଡ଼ୁଛି ।ଏଥିପ୍ରତି ପ୍ରଶାସନର ଉଚ୍ଚ କର୍ତୁପକ୍ଷ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟା ସମାଧାନ କରିବାକୁ ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଦାବି କରାଯାଇଛି ।

Related Posts

About The Author

Add Comment