ବାରିପଦା ୦୪/୦୭ (ସନ୍ଧାନ ନିଉଜ) ଜେଲ୍ର କୈଣସି ଅଧିକାରୀ ଏବେ ନିଜସ୍ଥାୟୀ ବାସସ୍ଥାନ ଅଞ୍ଚଳରେ ଥିବା ଜେଲ୍ରେ କାର୍ଯ୍ୟ କରିପାରିବ ନାହିଁ । ଏଭଳି ଏକ ନୂଆ ନିଷ୍ପତ୍ତି ନେଇଛି ଜେଲ୍ ବିଭାଗ ।ଜେଲ୍ର ୱର୍ଡରଙ୍କ ଠାରୁ ଆରମ୍ଭ କରି ଅଧିକ୍ଷକଙ୍କ ପର୍ଯ୍ୟନ୍ତ ଅଧିକାରୀ ଅପରାଧିଙ୍କୁ ସହଯୋଗ କରୁଥରବା ଅନେକ ନିଜର ଅସୁଛି । ଜେଲ୍ ବିଭାଗର ଅନେକ ଅଫିସର ଓ କର୍ମଚାରୀ ନିଜ ଜିଲ୍ଲା ଓ ଉପଖଣ୍ଡ ଅଞ୍ଚଳର କାମ କରୁଥିବାରୁ ସେମାନେ ଜେଲ୍ରେ ଅପରାଧିଙ୍କୁ ସ୍ୱତନ୍ତ୍ର ସହାୟତା ଯୋଗାଇଦେବାର ଅଭିଯୋଗ ହେଇଛି,ଏମିତିକା ସିମ୍କାର୍ଡ ଏବଂ ନିଶାକାରବାରରେ ଲିପ୍ତ ରହୁଛନ୍ତି । ଏଥିପାଇଁ ଏବେ ନିଜ ଜିଲ୍ଲାରେ ଅଫିସର ଏବଂ ତଳିଆ କର୍ମଚାରୀଙ୍କ ନିଯୁକ୍ତି ଓ ବଦଳି ଉପରେ ନୂଆ ନିୟମାବଳୀ ବିଭାଗ ପଷରୁ ଜାରିକରାଯାଇଛି । ସୂଚନା ଅନୁଯାୟୀ ରାଜ୍ୟର ଏବଂ କାରାଗାର ବିଭାଗ ଅଧିନରେ ୮୫ଟି ଜେଲ୍ କାର୍ଯ୍ୟ କରୁଛି । ଏଥିରେ ପାଖାପାଖି ୩୦୦ ଅଫିସର ଏବଂ ୧୨୦୦ ୱର୍ଡର କାମ କରୁଛନ୍ତି । ତେବେ ଏମାନଙ୍କ ମଧ୍ୟରେ ଅନେକ ଅଫିସର ନିଜ ଜିଲ୍ଲାର କାର୍ଯ୍ୟ କରୁଥିବା ନଜିର ସାମନାକୁ ଆସିଛି । କାରାଗାର ବିଭାଗର ସ୍ୱଚ୍ଛତା,ଶୃଙ୍ଖଳା,ଗିଣାତ୍ୱକ କାର୍ଯ୍ୟପାଇଁ ବଦଳି ଓ ନିଯୁକ୍ତି କ୍ଷେତ୍ରରେ ଆଦି ଏକ ସ୍ୱତନ୍ତ୍ର ନିଦେ୍ର୍ଧଶନାମା ଜାରି କରାଯାଇଛି । ୱର୍ଡର,ଚିଫ୍ ୱର୍ଡର,ସବ୍-ଆସିଷ୍ଟାଣ୍ଟ ଜେଲ୍ର, ଅସିଷ୍ଟାଣ୍ଟ ଜେଲ୍ର ନିଜ ଉପଖଣ୍ଡ ଅଞ୍ଚଳର କାମ କରିପାରିବେ ନାହିଁ । ସେହିପରି ଜେଲ୍ର ଅଧିକ୍ଷକ, ବାରିଷ୍ଠ ଅଧିଷକ,ଜେଲ ଊଓଏନିଜ ଜିଲ୍ଲାର କାର୍ଯ୍ୟ କରିପାରିବେ ନାହିଁ । ଏହି ଆଧାରରେ ଏଣିକି କାରାଗାର ବିଭାଗରେ ନିଯୁକ୍ତ ଦିଆଯିବ ବୋଲି ନିଷ୍ପତି ନିଆଯାଇଛି ।
ଲିଙ୍ଗରାଜ ପଣ୍ଡା, ବାରିପଦା
ତାଜା ଖବର
- ପଦମପୁର ନିକଟସ୍ଥ ବାରିକେଲା ଗ୍ରାମରେ ନୂଆବସ୍ତି ହନୁମାନ ମନ୍ଦିର ପ୍ରତିଷ୍ଠା
- ମା ବଟ ମଙ୍ଗଳାଙ୍କ ଯଜ୍ଞ ଅନୁଷ୍ଟିତ ହେଉଚି
- ପ୍ରଣବ ପ୍ରକାଶ ଦାସଙ୍କ ଘରେ ବିଜେଡ଼ି ନେତାଙ୍କ ଭିଡ଼ ଜମିଲା
- ଜଳ ମଧ୍ୟରୁ ବାହାରି ଦର୍ଶନ ଦେଲେ ନାରାୟଣ ଗୋସାଇଁ
- ମା ଜୟଚଣ୍ଡୀ କ୍ୟାସେଟ୍ ଉନ୍ମୋଚିତ
- କୁଆଁସ ମଙ୍ଗଳା ଯାତ୍ରାରେ ୫0 ହଜାରେ ଭକ୍ତଙ୍କ ସମାଗମ୧୬ ତମ ମଙ୍ଗଳା ମହୋତ୍ସବ ଉଦଘାଟିତ
- ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ଜଳଛତ୍ର କେନ୍ଦ୍ର ଉଦଘାଟିତ
- ରେଭେନ୍ସା ମହାବିଦ୍ୟାଳୟର ଉପ କୁଳପତି ଶ୍ରୀଯୁକ୍ତ ଅର୍କ ଦାଶ ମହାପାତ୍ରଙ୍କୁ ଓଡିଶାର ରାଜ୍ୟପାଳ ସମ୍ମାନିତ କରିଛନ୍ତି
- ଜିଲ୍ଳା ବିଜେପି କାର୍ଯ୍ୟାଳୟ ରେ ମିଶ୍ରଣ ପର୍ବ ଭଦ୍ରକ
- ବାଲିଗୁଡ଼ା ଠାରୁ ସମ୍ୱଲପୁର ସରକାରୀ ବସ ଚଳାଚଳ ଦାବି


