ଫାଶି ଦେଇ ନାବାଳିକାର ଆତ୍ମହତ୍ୟା

Spread the love

ବାରିପଦା, ୦୨/୦୭/୨୦ (ସନ୍ଧାନ ନିଉଜ) :- ବେତନଟୀ ଉପକଣ୍ଠ ଆମ୍ବଯୋଡା ଗ୍ରାମର ଜନୈକା ୧୨ ବର୍ଷ ନାବାଠିକା ପ୍ରଶନ୍ନ ବେହେରାଙ୍କ ଝିଅ ପୂଜା ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ମୂତାବକ ପ୍ରଶନ୍ନ ଭିନ୍ନକ୍ଷମ ଥିବାରୁ ଚାଲିବାକୁ ଅକ୍ଷମ । ତେବେ ଘଟଣା ଦିନ ଅର୍ଥାତ ମଙ୍ଗଳବାର ବାପା ପ୍ରଶନ୍ନ ଘରପିଣ୍ଡାରେ ଶୋଇଥିବା ବେଳେ ପୂଜା ଘର ଭିତରୁ କବାଟ ବନ୍ଦ କରି ଆଉ ବାହାରି ନଥିଲେ । ଅପରାହ୍ନ ସାଢେ ୬ଟା ପାଖାପାଖିରେ ମା ସରସ୍ୱତୀ କାମରୁ ଫେରି ଝିଅକୁ ଡାକିବାରୁ ସେ କବାଟ ଖୋଲିନଥିଲା । ତେବେ ଦୀର୍ଘ ସମୟ ଧରି ଡାକିବା ପରେ ମଧ୍ୟ କବାଟ ନଖୋଲିବାରୁ ପାଖ ପଡୋଶୀଙ୍କ ସହାୟତାରେ କବାଟ ଭାଙ୍ଗି ଭିତରକୁ ପଶିଥିଲେ । ଘରଭିତରେ ପୂଜା ବେକରେ ଫାଶି ଲଗାଇ ଝୁଲନ୍ତା ଅବସ୍ଥାରେ ଥିବାବେଳେ ତୁରନ୍ତ ଓହ୍ଲାଇ ୧୦୮ ଆମ୍ବୁଲାନସ୍ ଯୋଗେ ବେତନଟୀ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ କାର୍ଯ୍ୟରତ ଡ.ବିବେକାନନ୍ଦ ଜେନା ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ୍କୁ ଅବଗତ ପରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଥିବା ବେଳେ ଗଲାକାଲି ଶବ ବ୍ୟବଛେଦ କରାଯାଇଛି ।

Related Posts

About The Author

Add Comment