ଏପଟେ କରୋନା, ସେପଟେ ଡ଼େଙ୍ଗୁ,ମେଲେରିଆ ସଂକ୍ରମଣ ଆଶଙ୍କା

Spread the love

ରାଉରକେଲା, ୨୮/୦୬ (ସନ୍ଧାନ ନିଉଜ) :ବିଗତ କିଛି ଦିନ ହେବ ବର୍ଷା ଯୋଗୁଁ ପ୍ରାୟ ସମସ୍ତ ବସ୍ତିର ସ୍ଥାନେ ସ୍ଥାନେ ବର୍ଷା ପାଣି ନିଷ୍କାସନ ହୋଇନପାରି ଜମି ରହିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଦକ୍ଷିଣ ରାଉରକେଲା ଥିବା ଡ଼୍ରେନରେ ମଶାମରା ତେଲ ପଡ଼ୁନଥିବା ସାଧାରଣରେ ଅଭିଯୋଗ ହୋଇଛି ।ସଂମ୍ପ୍ରତି ବର୍ଷା ରୁତୁ ଯୋଗୁ ମଶା ଓ ମାଛିଙ୍କ ସଂଖ୍ୟା ବୃଦ୍ଧି ପାଇଛି ।ଯଦ୍ୱାରା ମେଲେରିଆ ଓ ଡ଼େଙ୍ଗୁ ବ୍ୟାପିବାର ଭୟ ସୃଷ୍ଟି ହୋଇଛି ।ଦକ୍ଷିଣ ରାଉରକେଲାର ବିଭିନ୍ନ କଲୋନୀ ଓ ବସ୍ତିରେ ହଜାର ହଜାର ଲୋକ ବସବାସ କରୁଛନ୍ତି ।କଲୋନୀରେ ଥିବା ଡ଼୍ରେନ ଗୁଡ଼ିକରେ ମଶା ତେଲ ପଡ଼ୁନାହିଁ ।ଅପରପକ୍ଷରେ ପ୍ରଶାସନ ନିୟମିତ ଡ଼୍ରେନରେମଶା ଧୂଆଁ ଓ ମଶା ତେଲ ତେଲ ପଡ଼ୁ ନଥିବାରୁ ମଶା ମାଛିଙ୍କ ସଂଖ୍ୟା ବଢି ଚାଲିଛି । ଯାହାକି ମେଲେରିଆ ଓ ଡ଼େଙ୍ଗୁ ହେବାର ଭୟ ସୃଷ୍ଟି କରୁଛି । ତେଣୁ କର୍ତୁପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment