ବାରିପଦା, ୨୪ /୦୬ (ସନ୍ଧାନ ନିଉଜ) ଚାଇଲଡ୍ ଲାଇନ୍ ଓ ପୋଲିସ ର ଅପାର ଗତ ଯୋଗୁଁ ପରିବାର ଲୋକ ପୁଣି ଥରେ ଏକ ନାବାଳିକା ଝିଅକୁ ଜୋରଜବର ଦସ୍ତ ବିବାହ କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି । ସ୍ଥାନୀୟ ଗୋପିବଲ୍ଲଭପୁର ଥାନା ସହାୟତାରେ ୧୩ ବର୍ଷିୟା ନାବାଳିକା ଝିଅକୁ ବିବାହ କରିବା ପାଇଁ ପଶ୍ଚିମ ବଙ୍ଗ ନେଇ ଯାଉଥିବା ବେଳେ ଅଧାବାଟରେ ବାରିପଦା ର ଏକ ସମାଜ ସେବା ସଙ୍ଗଠନ ୱନଷ୍ଟପ ସେଣ୍ଟର ଉଧାର କରିଛନ୍ତି । ଏବେ ଉକ୍ତ ସେଣ୍ଟର ରେ ରଖି କାଉସେଲଂ କରାଯିବାପରେ ଅଭିଯୁକ୍ତ ପରିବାର ବିରୁଦ୍ଧରେ ମକଦମା ରୁଜୁ କରାଯିବ ବୋଲି ଆନୁଷ୍ଠାନ ପକ୍ଷରୁ ସୂଚନା ଦିଆ ଯାଇ ଅଛି ।
ସୂଚନା ଯୋଗ୍ୟ ଯେ ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକର ଜଣେ ନାବାଳିକା କୁ ବିବାହ କରିବାକୁ ଆସି ପଶ୍ଚିମ ବଙ୍ଗର ଜଣେ ବର ବିବାହ ନକରି ପାରି ଶିଶୁପାଳ ହୋଇ ଘରକୁ ଫେରିଲା । ମୟୂରଭଞ୍ଜ ଚାଇଲଡ୍ ଲାଇନ ର ଉଦ୍ୟମ ଫଳରେ ବିବାହ ବେଦିରେ ବସି ହାତ ଗଣ୍ଠି ପଡିବା ପୂର୍ବରୁ ଏହାକୁ ଅଟକାଇ ଦିଆଯାଇଥିଲା । ଉଭୟ ବର ଓ କନ୍ୟା ପକ୍ଷକୁ ସଦର ଥାନା ପୋଲିସ ଓ ଚାଇଲଡ୍ ଲାଇନ ର ସଦସ୍ୟ ମାନେ ବୁଝା ସୁଝା କରିବା ପରେ ଏବେ ବିବାହ ନ କରିବାକୁ ରାଜି ହୋଇଥିଲେ । ଏପରିକି ପ୍ରାପ୍ତ ବୟସ୍କା ହେବା ପର୍ଯ୍ୟନ୍ତ ଝିଅ ତା ମା ପାଖରେ ରହିବା ସହିତ ଏହାକୁ ଅବମାନନା କଲେ ଆଇନ ଦ୍ୱାରା ଦଣ୍ଡିତ ହେବେ ବୋଲି ପ୍ରତିଶୃତି ଦେଇଥିଲେ । ମାତ୍ର ମଙ୍ଗଳବାର ସକାଳେ ନାବାଳିକାର ଭାଇ ଜୋର ଜବର ଦସ୍ତି ଏକ ନଂ ବିହିନ ଭସଳର ରେ ପଶ୍ଚିମ ବଙ୍ଗ ନେଇ ପାଳାଇ ନେଇଯାଉଥିବା ବେଳେ, ଏ ନେଇ କ୍ଟଦ୍ଭର ଗ୍ଦଗ୍ଧକ୍ଟକ୍ଟ୍ର ମରଦ୍ଭଗ୍ଧରକ୍ସ ର ମୁଖ୍ୟ ପ୍ରିତିଲତା ପାତ୍ର ଖବର ପାଇ ତୁରନ୍ତ ନାବାଳିକାର ବିବାହ ବନ୍ଦ କରିବାର ଉଦ୍ୟମ କରିଥିଲେ ଓ ପଶ୍ଚିମ ବଙ୍ଗ ପୋଲିସ ସହ ଯୋଗାଯୋଗ କରି ସ୍ଥାନୀୟ ଗୋପିବଲ୍ଲଭପୁର ଥାନାକୁ ଖବର ଦେଇଥିଲେ । ପରେ ସେଠାକାର ପୋଲିସ ନାବାଳିକା କୁ ଉଧାର କରି ବାରିପଦା ସଦର ଥାନାରେ ଜିମା ଦେଇଥିଲେ । ପ୍ରଥମେ ନାବାଳିକା ଝିଅ ଟି ଭୟରେ ପୋଲିସ ଆଗରେ କିଛି କହିବାକୁ ରାଜି ହୋଇନଥିଲା ଫଳରେ ତାକୁ କ୍ଟଦ୍ଭର ଗ୍ଦଗ୍ଧକ୍ଟକ୍ଟ୍ର ମରଦ୍ଭଗ୍ଧରକ୍ସ କୁ ପଠାଇ ଦିଆଯାଥିଲା । ହେଲେ ମରଦ୍ଭଗ୍ଧରକ୍ସ ରେ ପଚରାଉଚରା କରିବା ପରେ ସବୁ ସତ କଥା ମାନିଯାଇଥିଲା । ଏ ନେଇ ବୁଧବାର ନାବାଳିକାର ପରିବାର ଲୋକଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ହେବ ବୋଲି ଜଣା ପଡିଛି । ବାଲ୍ୟବିବାହ ପ୍ରଥାକୁ ରୋକିବା ପାଇଁ ସରକାର ଯେତେ ଜନ ସଚେତନ କରୁଥିଲେ ମଧ୍ୟ ମୟୂରଭଞ୍ଜ ଜିଲ୍ଲାରେ ଏ ଭଳି ଘୃର୍ଣ୍ଣ ପ୍ରଥା କମିବା ବଦଳରେ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଅଛି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା
୧୩ ବର୍ଷିୟା ନାବାଳିକାକୁ ପଶ୍ଚିମବଙ୍ଗରେ ବିବାହ ଯୋଜନା; ବିବାହ ପୂର୍ବରୁ ଅଧାବାଟରୁ ବର ଫେରିଗଲା;
|
June 24, 2020 |
