ଶିଶୁ ମଙ୍ଗଳ ଗୃହକୁ ପଠାଗଲା ତିନି ଆଦିବାସୀ ଅସହାୟ ଶିଶୁ

Spread the love
୧୯/୦୬ (ସନ୍ଧାନ ନିଉଜ) ଆଗରୁ ମା ଚାଲିଯାଇଥିଲା, ଗତ ଅପ୍ରେଲ ମାସରେ ବାପା ଚେମା ମୁଣ୍ଡା ର ଆକସ୍ମିକ ମୃତ୍ୟୁ ରେ ଅସହାୟ ହୋଇପଡିଥିଲେ ତିନି ଶିଶୁ ଏହି ଖବର ପାଇ ଜାତୀୟ ମାନବାଧିକାର କମିଶନଙ୍କ କୋର କମିଟି ସଦସ୍ୟ ମନୋଜ ଜେନା ତୁରନ୍ତ ସେମାନଙ୍କ ଘରକୁ ଯାଇ ସହାୟତାର ହାତ ବଢାଇବା ସହ ଯାଜପୁର ଜିଲ୍ଲାପାଳଙ୍କୁ ଅବଗତ କରି ରେଡ଼କ୍ରସ ପାଣ୍ଠିରୁ ଅର୍ଥ ବ୍ୟବସ୍ଥା କରାଇଥିଲେ। କରୋନା ମହାମାରୀ ସହ ବର୍ଷା ଆରମ୍ଭ ହେବାରୁ ଚାଳ ଛପର ଘରେ ରହିବା ଅବସ୍ଥା ଅସମ୍ଭାଳ ହୋଇପଡିଥିଲା ଏକଥା ଜାଣିବା ପରେ ଶ୍ରୀ ଜେନା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କ ସହ ଯୋଗାଯୋଗ କରି ଶିଶୁ ମାନଙ୍କୁ ତୁରନ୍ତ ଥଇଥାନ କରିବାକୁ କହିଥିଲେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ରୁଦ୍ର ନାରାୟଣ ପୃଷ୍ଟି, ମହିଳା ଆତ୍ମନିର୍ଭର ଅଭିଯାନ ର ଅଧକ୍ଷ୍ୟା ଡ଼ ରୀନା ରାଉତରାୟ, ଖମଣ ପଂଚାୟତ ସରପଞ୍ଚ ସୁଶାନ୍ତ ସାହୂ, ସାମାଜିକ କର୍ମୀ ଉଷାରଣୀ ବେହେରା, ପ୍ରଶାନ୍ତ ସାହୁ, ସନ୍ତୋଷ ବେହେରା ,ଶିକ୍ଷାବିତ ମଦନ ମୋହନ ବେହେରା, ଯୋଗ ଶିକ୍ଷକ ବନମାଳୀ ରଥ, ସାହିତ୍ୟିକ ଭୁବନ ମୋହନ ମହାନ୍ତି, ମାନବାଧିକାର କର୍ମୀ ନିରୂପମା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଶିଶୁ ମାନଙ୍କୁ ଶିଶୁଗୃହ କୁ ପଠାଇଥିଲେ। ଯାଜପୁର କୋରେଇ ବ୍ଲକ ଅଧିନସ୍ଥ ଖମଣ ପଞ୍ଚାୟତର ବିଭିନ୍ନ ବର୍ଗର ଲୋକ ଏହି ଘଟଣାରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

Related Posts

About The Author

Add Comment