ରାଉରକେଲା,୧୩/୦୬ (ସନ୍ଧାନ ନିଉଜ) : ଦକ୍ଷିଣ ରାଉରକେଲାର ଦୁଇଟି କଲେଜ ଗାନ୍ଧୀମହାବିଦ୍ୟାଳୟ ଓ ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିପଦସଙ୍କୁଳ ଅବସ୍ଥାରେ ରାସ୍ତା ପାର ହେଉଛନ୍ତି । ସେହିପରି ଗାନ୍ଧି ମହାବିଦ୍ୟାଳୟକୁ ଲାଗି ଉତ୍କଳମଣୀ ନୋଡ଼ାଲ ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି । ଏହି ୩ଟିି ଶିକ୍ଷାନୁଷ୍ଠାନରେ ୨ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଉଭୟ ଶିକ୍ଷାନୁଷ୍ଠାନର ଦୂରଦୂରାନ୍ତରୁ ପ୍ରତିଦିନ ଅଟୋ କି୍ମ୍ବା ବସରେ ଛାତ୍ରଛାତ୍ରୀମାନେ ଯାତାୟତ କରୁଛନ୍ତି । ଛାତ୍ରଛାତ୍ରୀମାନେ ବସ କିମ୍ବା ଅଟୋରେ ଯାଇ ରାସ୍ତା ପାଶ୍ୱର୍ରେ ଓହ୍ଲାଇ ମହାବିଦ୍ୟାଳୟକୁ ଯାଉଥିବାବେଳେ ଓ କଲେଜ ଛୁଟି ହେବା ପରେ ରାସ୍ତା କଡ଼ରେ ଛିଡ଼ା ହୋଇ ଅଟୋ ଓ ବସକୁ ଅପେକ୍ଷା କରିଥାନ୍ତି । କିଛି ଛାତ୍ରଛାତ୍ରୀ ଚାଲି ଚାଲି ନିଜ ଘରକୁ ଫେରିଥାନ୍ତି । ତେବେ ସେହି ରାସ୍ତାରେ ଅସଂଖ୍ୟା ଯାନବାହାନ ଚଳାଚଳ ଅହରହ ଦ୍ରୁତଗତିରେ ଯାତାୟତ କରିଥାଏ । କଲେଜ ନିକଟରେ ଓ ଦୁର୍ଘଟଣାପ୍ରବଣ ସ୍ଥାନମାନଙ୍କରେ ସଂପୃକ୍ତ ବିଭାଗ ପକ୍ଷରୁ ସତର୍କତା ସୂଚନା ଫଳକ ଲଗାଯାଇନାହିଁ । ଶିକ୍ଷାନୁଷ୍ଠାନ ପାଖରେ ବହୁତ ଲୋକ ଦୁର୍ଘଟଣା ଘଟିବାର ନଜିର ମଧ୍ୟ ରହିଛି । ସବୁ ସମୟରେ ସେହି ରାସ୍ତାରେ ଅସଂଖ୍ୟା ଯାନବାହନ ଚଳାଚଳ କରିବା ଏବଂ ରାସ୍ତାରେ ଉଭୟ ଶିକ୍ଷାନୁଷ୍ଠାନ ସମ୍ମୁଖରେ ସ୍ୱିଡ଼ବ୍ରେକର ସଙ୍କେତ ଚିହ୍ନ ଲଗାଇବା ପାଇଁ ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।
ରାସ୍ତା ପାଶ୍ୱର୍ରେ କଲେଜ ଓ ସ୍କୁଲ : ଦୁର୍ଘଟଣାକୁ ଆମନ୍ତ୍ରଣ,ବିପଦରେ ବିଦ୍ୟାର୍ଥୀ !
![](https://sandhannews.com/wp-content/uploads/2020/04/sandhan-25.jpg)