ଭଦ୍ରକ, ୦୯/୦୬/୨୦ (ସନ୍ଧାନ ନିଉଜ) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ପାର୍ଥିବ ଶରୀର ଭଦ୍ରକରେ ପହଞ୍ôଚଛି । ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଜିଲା ବିଜେପି କାର୍ଯ୍ୟାଳୟ ଠାରେ କିଛି ସମୟ ପାଇଁ ରଖାଯାଇଥିଲେ । କାର୍ଯ୍ୟାଳୟରେ ସର୍ବସାଧାରଣ ଦର୍ଶନ ପରେ ଭଦ୍ରକ ସ୍ଥିତ ବାସଭବନକୁ ଅଣାଯାଇଥିଲା । ସେଠାରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯାଇଛି । ଅର୍ଜୁନଙ୍କ ପାର୍ଥିବ ଶରୀରକୁ ତାଙ୍କ ସମର୍ଥକମାନେ ଶେଷ ଦର୍ଶନ କରିଛନ୍ତି । ଜିଲାର ବିଭିନ୍ନ ଦଳର ବରିଷ୍ଠ ନେତା ଓ ସମର୍ଥକ ଶେଷ ଦର୍ଶନ କରିଛନ୍ତି । ଏହାପରେ ମୃତଦେହକୁ ନିଜ ଜନ୍ମ ସ୍ଥାନ ଭଦ୍ରକ ଜିଲାର ବନ୍ତ ବ୍ଲକ୍ର ଓଡଙ୍ଗ ପଂଚାୟତ ସ୍ଥିତ ବାସଭବନକୁ ନିଆଯାଇଛି । ସେଠାରେ ରୀତିନୀତି ଅନୁଯାୟୀ ଶେଷକୃତ୍ୟ ସଂପନ୍ନ କରାଯିବ ।
ଅର୍ଜୁନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଓ ଶେଷ ଦର୍ଶନ
|
June 9, 2020 |