ବାରିପଦା,୦୮/୦୬ (ସନ୍ଧାନ ନିଉଜ) :ବନ୍ଦେ ଉତ୍କ୍ତଳ ଜନନୀ କୁ ରାଜ୍ୟ ସଂଗୀତ ର ମାନ୍ୟତା ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଏକ ଐତିହାସିକ ନିସ୍ପତି ବୋଲି ମୟୂରଭଞ୍ଜ ଜିଲ୍ଲା ବିଜୁଜନତା ଦଳ ର ପୂର୍ବ ତନ ସଭାପତି ତଥା ଓଡ଼ିଶା ସରକାରଙ୍କ କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବାଶିଷ ମହାନ୍ତି ଏକ ପ୍ରେସ ବିବୃତି ରେ ଜନାଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ମଇ ମାସ ୩୦ ତାରିଖ ଦିନ ସଂଧ୍ୟା ୫ ଘଟିକା ୩୦ ମିନିଟ୍ ସମୟରେ କୋଭିଡ୍ ଯୋଧ୍ୟା ମାନଙ୍କୁ ଉତ୍ସାହିତ ଓ ପ୍ରେରଣା ଯୋଗାଇବା ପାଇଁ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କୁ ବନ୍ଦେ ଉତ୍କ୍ତଳ ଜନନୀ ଗାନ କରିବାକୁ ଆହ୍ଵାନ ଜଣାଇଥିଲେ ,ଏହି ଆହ୍ଵାନ କୁ ସାରା ଓଡ଼ିଶାର ଆବାଳ ବୃଦ୍ଧ , ବନିତା ନିଜକୁ ସାମିଲ କରି ଓଡ଼ିଶାର କୋଭିଡ୍ ଯୋଧ୍ୟା ମାନଙ୍କୁ ସମାନ ଜଣାଇଥିଲେ,କରୋନା ଭଳି ମହାମାରୀ ସମୟରେ ଏହାକୁ ପ୍ରତିହତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ଓଡ଼ିଆ ଜାତି ଆଜି ଲଢୁଅଛି,ଏ ଭଳି କଠିନ ପରିସ୍ତିତି ରେ ସମ୍ପର୍କ କୁ ସୁଦୃଢ଼ କରିବାକୁ ଓଡ଼ିଆ ଜାତି ର ସ୍ୱର ବନ୍ଦେ ଉତ୍କ୍ତଳ ଜନନୀ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ ସଂଗୀତ ମାନ୍ୟତା ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଶ୍ରୀ ମହାନ୍ତି ଅଶେଷ ଧନ୍ୟବାଦ ଓ କୃତଞ୍ଜତା ଞ୍ଜାପନ କରିବା ସହ କାନ୍ତ କବି ଲଷ୍ମୀକାନ୍ତ ରଚିତ ଏହି ବନ୍ଦେ ଉତ୍କଳ ଜନନୀ ଓଡ଼ିଆ ଜାତି ମନରେ ନୂଆ ଆଶା ଉଦିପନା ସୃଷ୍ଟି କରିବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।
ବନ୍ଦେ ଉତ୍କଳ ଜନନୀ କୁ ରାଜ୍ୟ ସଂଗୀତର ମାନ୍ୟତା ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ର ଏକ ଐତିହାସିକ ପଦକ୍ଷେପ: ଦେବାଶିଷ
|
June 9, 2020 |



