ଯାଜପୁର,୦୭/୦୬ (ସନ୍ଧାନ ନିଉଜ) ସାରା ବିଶ୍ୱ ରେ କରୋନା ମହାମାରୀ ବିଚଳିତ କରିଥିବା ସମୟରେ ସେଠାରେ ନିଜକୁ ସୁରକ୍ଷା ମନେ ନ କରି ଘରକୁ ଆସିବା ପାଇଁ ନିଜ ନାରୀ ଶକ୍ତି ବଳରେ ଯାଜପୁର ଜିଲ୍ଲା ର ଧର୍ମଶାଳା ବ୍ଲକ ଓ କଟକ ଜିଲ୍ଲା ର ୧୦ ଜଣ ଯୁବତୀ ଆନ୍ଦ୍ରପ୍ରଦେଶ ର ସୁଲୁରପେଟା ୪୦୦ କିଲୋମିଟର ଏକ କ୍ୟାବ ସହ ବିଜୟୱାଡା ରେଳ ଷ୍ଟେସନ ରେ ଓଡିଶା କୁ ଟ୍ରେନ ଯାଉଥିବା ର ଖବର ପାଇ ଟ୍ରେନ ଟିକେଟ କରି ପହଞ୍ଚିବା ପରେ ତାଙ୍କ ଟ୍ରେନ କୁ ହାତ ଛଡା କରିଥିଲେ। ସେଠାରେ ରାତିରେ ଝିଅ ମାନେ ଯିବେ କୁଆଡେ ,କରିବେ କଣ କେହି ତାଙ୍କ କଥା ଶୁଣିନଥିଲେ ନା ଷ୍ଟେସନ ମାଷ୍ଟ୍ରର ନା ପୋଲିସ କେହି ବି ଶୁଣିନଥିଲେ। ତାପରେ ସେମାନେ ସେଠିକାର ଜଣେ ତାଙ୍କ ବନ୍ଧୁ ଙ୍କୁ ଜଣାଇବା ପରେ ସେ ଏକ ସୁରକ୍ଷିତ ସ୍ଥାନ କୁ ନେଇଯାଇଥିଲେ ଏବଂ ଏମାନେ ସେଠି ନିଜକୁ ସୁରକ୍ଷିତ ମନେ ନ କରି ପୁଣି ଷ୍ଟେସନ କୁ ଫେରିଥିଲେ। ଅନ୍ଧକାର ରାତିରେ ଝିଅ ମାନେ ଷ୍ଟେସନ ରେ କିଛି ନ ଖାଇ ନ ପିଇ ଦୁଇ ଦିନ ବିତିଯିବା ପରେ ଫେସବୁକ ପେଜ ରେ ଦେଖି ସଙ୍ଗେ ସଙ୍ଗେ ଅଂଶୁମାନ ଟ୍ରଷ୍ଟ ର ସମ୍ପାଦକ ହିମାଂଶୁ ଶେଖର ସାହୁ ଙ୍କୁ ଖବର ଜଣାଇଥିଲେ | ଖବର ପାଇ ଲିକୁ ଭାଇ ସେଠାରେ ତାଙ୍କ ବନ୍ଧୁ ଙ୍କ ସହ ଯୋଗାଯୋଗ କରି ତାଙ୍କ ହାତରେ ରାତ୍ରି ଭୋଜନ ପହଞ୍ଚାଇବା ସହ ଓଡିଶା ଆସିବା ପାଇଁ ଏକ ଗାଡି ଠିକ କରି ସେମାନଙ୍କୁ ସୁରକ୍ଷା ର ସହ ପଠାଇଥିଲ ଏବଂ ରାତି ସାରା ଅନିଦ୍ରା ରହି କିଭଳି ଝିଅ ମାନେ ସୁରକ୍ଷିତ ରେ ଓଡିଶା ପହଞ୍ଚିବା ପର୍ଯ୍ୟନ୍ତ ତାଙ୍କ ସହ ଲିକୁ ଭାଇ ଯୋଗାଯୋଗ ରେ ଥିଲେ। ପରେ ଭଲରେ ଭଲରେ ସେମାନେ ନିଜ ନିଜ ଘରେ ପହଂଚିପାରିଥିଲେ | ଏଭଳି ସାହାଯ୍ୟ ନିମନ୍ତେ ସେମାଙ୍କନ ପରିବାର ଅଂଶୁମାନ ଟ୍ରଷ୍ଟ ର ସମ୍ପାଦକ ହିମାଂଶୁ ସାହୁଙ୍କୁ ଦାନ୍ୟବାଦ ଦେଇଥିଲେ |
ଆନ୍ଦ୍ରରୁ ୧୦ ଯୁବତୀଙ୍କୁ ଉଦ୍ଧାର କଲା ଅଂଶୁମାନ ଟ୍ରଷ୍ଟ, ଧନ୍ୟବାଦ ଦେଲେ ପରିବାର ଲୋକେ
|
June 7, 2020 |
![](https://sandhannews.com/wp-content/uploads/2020/06/andra.jpg-11.jpg)