ସୁନ୍ଦରଗଡ଼, ୧୭/୦୫/୨୦ (ସନ୍ଧାନ ନିଉଜ) : ଓଡିଶାରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଶୂନ୍ୟ ଜୀବନ ହାନୀ ଲକ୍ଷ୍ୟରେ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଶାସନ ସଚିବ, ବରିଷ୍ଠ ଅଧିକାରୀ ଓ ପ୍ରଭାବିତ ହେବାକୁ ଥିବା ୧୨ ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ଭାବ୍ୟ ପ୍ରଭାବିତ ୧୨ ଟି ଜିଲ୍ଲାରେ ୮୦୯ ଗୋଟି ବାତ୍ୟା ଆଶ୍ରୟସ୍ଥଳୀ ଅଛି ରହିଥିବା ବେଳେ ୮୦୯ ରୁ ୨୪୨ ଟି ବାତ୍ୟା ଆଶ୍ରୟସ୍ଥଳିରେ କ୍ୱାରେଣ୍ଟିନ କେନ୍ଦ୍ର ହୋଇଛି। ସେଥିପାଇଁ ଜିଲ୍ଲାପାଳ ମାନେ ଆଶ୍ରୟସ୍ଥଳି ପାଇଁ ଆହୁରି ୭୦୯୨ ଟି କୋଠାକୁ ଚିହ୍ନଟ କରିଛନ୍ତି। ତାଛଡା ପ୍ରତି ଆଶ୍ରୟସ୍ଥଳିରେ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି। କେବଳ ଆବଶ୍ୟକ ପଡ଼ିଲେ ହିଁ ଲୋକଙ୍କୁ ଆଶ୍ରୟସ୍ଥଳିକୁ ସ୍ଥାନାନ୍ତର କରାଯିବ। ପ୍ରତି ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଚାଲୁ ରହିବ ବୋଲି ସମୀକ୍ଷା ବୈଠକରେ ନିର୍ଦ୍ଧାରିତ ହୋଇଛି।ସମ୍ଭାବ୍ୟ ବାତ୍ୟାରେ ୯୫ କିଲୋମିଟରରୁ ବି ଅଧିକ ବେଗରେ ପବନ ବହିପାରେ। ଏଥିରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଅଧିକ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ମୟୂରଭଞ୍ଜ ଓ ପୁରୀରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ। ତେଣୁ ୨୦ ତାରିଖ ଯାଏଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ଆସିବାକୁ ଥିବା ଶ୍ରମିକ ସ୍ପେଶାଲ ଟ୍ରେନକୁ ବାତିଲ କରିବା ପାଇଁ ରାଜ୍ୟ ପକ୍ଷରୁ କେନ୍ଦ୍ରକୁ ଅନୁରୋଧ କରାଯାଇଛି।
ମାଡି ଆସୁଛି ବାତ୍ୟା
|
May 17, 2020 |
![ମାଡି ଆସୁଛି ବାତ୍ୟା](https://sandhannews.com/wp-content/themes/mts_newsonline/images/nothumb-featuredfull.png)