ରାଉରକେଲା, ୧୭/୦୫/୨୦ (ସନ୍ଧାନ ନିଉଜ) : କୋଭିଡ 19 ସଂକ୍ରମଣ ରୋକିବା ଲାଗି ରାଉରକେଲାରେ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ କରାଯାଇଛି । ବିଭିନ୍ନ ସମୟରେ ଉଭୟ ଜୋନର ବାରିକେଡିଙ୍ଗକୁ ନେଇ ବିବାଦୀୟ ସ୍ଥିତି ଦେଖାଦେଇଛି । ଶନିବାର ଦିନ ପାୱାର ହାଉସ ରୋଡରେ ଏପରି ସ୍ଥିତି ଉପୁଜିଛି । ବଫର ଜୋନର ମ୍ୟାପ ବାହାରେ ମହାନଗର ନିଗମ ପକ୍ଷରୁ ବାରିକେଡିଙ୍ଗକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ସ୍ଥାନୀୟ ଲୋକେ ଅଯଥାରେ ବାରିକେଡିଙ୍ଗ ନିର୍ମାଣକୁ ବିରୋଧ କରିବା ସହ ଏହାଦ୍ବାରା ଲୋକମାନେ ହଇରାଣ ହେବେ ବୋଲି ଦର୍ଶାଇଥିଲେ । ଏହି ବାରିକେଡିଙ୍ଗ ନକରିବାକୁ ପ୍ରଶାସନକୁ ସେମାନେ ନିବେଦନ କରିଥିଲେ । ମାତ୍ର ମହାନଗର ନିଗମ କର୍ତ୍ତୃପକ୍ଷ ଲୋକଙ୍କ ଆପତ୍ତି ଉପରେ ଧ୍ୟାନ ନଦେବାରୁ ଉତ୍ତେଜନା ବଢିଥିଲା । ଫଳରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣରେ ନେଇଥିଲା ।
କଣ୍ଟେନମେଣ୍ଟ ଜୋନରେ ଉତ୍ତେଜନା
|
May 17, 2020 |
