ଜେନାପୁର, ୦୬/୦୫/୨୦ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) : ଦେଶରେ ମହାମାରୀ କରୋନା ସମୟରେ ଯୋଦ୍ଧା ପାଲଟିଥିବା ସଚେତନ ନାଗରିକ ମଞ୍ଚ ଲକ ଡ଼ାଉନ୍ ହେବଠାରୁ ଆଜି ପର୍ଯ୍ୟନ୍ତ ସବୁବେଳେ ସବୁ ସମୟରେ ସାଧାରଣ ଗରିବ ଲୋକଙ୍କ ନିକଟରେ କୋଉଠିନା କୋଉଠି ପହଞ୍ଚି ଥାଏ ସେଭଳି ଏକ ନିଆର ପ୍ରୟାସ ଦେଖିବାକୁ ମିଳିଛି ଜେନାପୁର ଅଞ୍ଚଳରେ ମହାମାରୀ ଭୁତାଣୁ କିଭଳି ଜେନାପୁର ଅଞ୍ଚଳରେ ପ୍ରବେଶ ନ କରିବ ଚିନ୍ତା ରେ ନାଗରିକ ମଞ୍ଚ ର କର୍ମ କର୍ତା ମାନେ ଆଜି ଜେନାପୁର ଥାନା, ଜେନାପୁର ଏ ଟି ଏମ୍ ଜେନାପୁର ବଜାର ,ରେଲୱେ ଷ୍ଟେସନ, କବାଟ ବନ୍ଧ ମାର୍କେଟ, କବାଟ ବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ସମସ୍ତ ଔଷଧ ଦୋକାନ ,ସ୍କୁଲ, କବାଟ ବନ୍ଧ ଏ ଟି ଏମ୍, ବ୍ୟାଙ୍କ, ଏମିତି ଅଂଚକରେ ଅନେକ ସ୍ଥାନରେ ସାନିଟାଏଜ୍ କରିବା ସହ ଲୋକମାନଙ୍କୁ ସଚେତନ କରିଥିଲେ । ପରେ କବାଟ ବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରର କରୋନା ଯୋଦ୍ଧା ସାଜିଥିବା ଡାକ୍ତର ଓ ଷ୍ଟାଫ ମାନଙ୍କ ମନ ବଳକୁ ସୁଦୃଢ କରିବା ନିମନ୍ତେ ସେମାନଙ୍କୁ ଉତ୍ସ।ହିତ ଓ ସମ୍ମାନିତ କରିଥିଲେ ।ଏଥିରେ ସଚେତନ ନାଗରିକ ମଞ୍ଚର ଆବାହକ ସରୋଜ କାନ୍ତ ବେହେର ସମେତ ମଞ୍ଚର ସମସ୍ତ କର୍ମ କର୍ତା ଉପସ୍ଥିତ ରହି ସାନିଟାଏଜ୍ ରେ ପୂର୍ଣ୍ଣ ସହଯୋଗ କରିଥିଲେ ।
ସଚେତନ ନାଗରିକମଞ୍ଚ ପକ୍ଷରୁ ଜେନାପୁର ଅଞ୍ଚଳରେ ସାନିଟାଏଜ୍ କରାଗଲା
|
May 6, 2020 |



