ବିଷମ ପରିସ୍ଥିତି ମୁହାଁ ହେଲାଣି ବିଶ୍ୱ କରୋନା ବ୍ୟାଧି: ଭ୍ୟାକସିନ୍ ବା ପ୍ରସ୍ତୁତ ହିଁ କୋଭିଡ୍ ବିରୁଦ୍ଧରେ ଏକମାତ୍ର ଅସ୍ତ୍ର

Spread the love
ଭୁବନେଶ୍ୱର ୦୬/୦୫ (ସନ୍ଧାନ ନିଉଜ): ବିଷମ ପରିସ୍ଥିତି ମୁହାଁ ହେଲାଣି ବିଶ୍ୱ କରୋନା ବ୍ୟାଧି। ମାନବଜାତିକୁ କବଳିତ କରିଥିବା ବେଳେ କେମିତି ମିଳିବ ନିସ୍ତାର? ଭ୍ୟାକସିନ୍ ବା ପ୍ରତିଷେଧକ ହିଁ କୋଭିଡ୍ ବିରୁଦ୍ଧରେ ଏକମାତ୍ର ଅସ୍ତ୍ର ବୋଲି କୁହାଯାଉଥିବା ବେଳେ ବିଶ୍ୱବ୍ୟାପୀ ପ୍ରୟାସ ଚଳାଇଛନ୍ତି  ଶହେରୁ ଅଧିକ ଟିମ୍।

ଏଣେ ଇବୋଲାରୁ ସାର୍ସ, ଏଚ୍ଆଇଭିରୁ ଫ୍ଲୁ ମେଡିସିନ୍, କାଳେ ପୂର୍ବରୁ ପ୍ରଚଳିତ ମେଡିସିନ୍ କରୋନା ଭୂତାଣୁ ସଂକ୍ରମଣକୁ କିଛି ଉପଯୋଗୀ ସାବ୍ୟସ୍ତ ହେବ, ସେଇ ଆଶାରେ ପ୍ରୟୋଗ ଜାରି ରଖିଛନ୍ତି ଗବେଷକ।

ତେବେ କରୋନାକୁ ସମୂଳେ ବିନାଶ କରିବାର କ୍ଷମତା ଥିବା ଭ୍ୟାକସିନ୍ ପ୍ରସ୍ତୁତ କରିବାରେ ବୈଜ୍ଞାନିକମାନେ ସଫଳ ହୋଇନପାରନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଆଶଙ୍କା ପ୍ରକାଶ କରିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭିଡ୍ ପରାମର୍ଶଦାତା ଡାକ୍ତର ଡେଭିଡ୍ ନବାରୋ ଏହି ନିରାଶ ବାଣୀ ଶୁଣାଇଛନ୍ତି। HIV ଓ ଡେଙ୍ଗୁର ଉଦାହରଣ ଦେଇ ଡାକ୍ତର ନବାରୋ କହିଛନ୍ତି ଯେ, ବର୍ଷ ବର୍ଷର ଗବେଷଣା ପରେ ବି ଏହି ଦୁଇ ଭୂତାଣୁ ଲାଗି ଭ୍ୟାକସିନ୍ ବାହାରି ପାରିନାହିଁ। କୋଭିଡ୍-୧୯ ଲାଗି ଯଦି ବି ଭ୍ୟାକ୍‌ସିନ୍ ବାହାର କରିବାରେ ବୈଜ୍ଞାନିକ ସଫଳ ହୁଅନ୍ତି, ତେବେ ତାହା କେତେ ସୁରକ୍ଷିତ ଓ କେତେ କାମ କରିବ କହିବା ମୁସ୍କିଲ ବୋଲି ସେ ମତ ଦେଇଛନ୍ତି।

ଏପଟେ ବିଶ୍ୱବ୍ୟାପୀ ଶହେରୁ ଅଧିକ ଟିମ୍ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି। ଆମେରିକା ଓ ବ୍ରିଟେନ୍‌ରେ ଭ୍ୟାକ୍‌ସନିର ମାନବ ପରୀକ୍ଷଣ ବା ହ୍ୟୁମାନ ଟ୍ରାଏଲ ମଧ୍ୟ ଆରମ୍ଭ ହୋଇଯାଇଛି।

ଏପଟେ କରୋନା ଭ୍ୟାକସିନ୍ ଲାଗି ୮.୨ ବିଲିୟନ ଡଲାରରୁ ଅଧିକ ଅର୍ଥ ଆବଶ୍ୟକ ବୋଲି ଭିଡିଓ କନ୍‌ଫରେନସିଂରେ ଆୟୋଜିତ ୟୁରୋପୀୟ ସଂଘ ବୈଠକରେ କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍।

ଏପଟେ ବୈଜ୍ଞାନିକମାନେ ଇବୋଲା, ସାର୍ସ, ଏଚଆଇଭି ଓ ଫ୍ଲୁ ଔଷଧକୁ କରୋନା ବିରୁଦ୍ଧରେ ପ୍ରୟୋଗ ଲାଗି ପରୀକ୍ଷା ଜାରି ରହିଛି। ଇବୋଲା ଚିକିତ୍ସା ଲାଗି ବ୍ୟବହୃତ ରେମ୍‌ଡେ-ସିଭର ଏଯାଏଁ କରୋନା ବିପକ୍ଷରେ ସବୁଠୁ ଉପଯୋଗୀ ସାବ୍ୟସ୍ତ ହୋଇଛି। ଆମେରିକା ଓ ଚୀନ୍ ଏବେ ଏହାକୁ କରୋନା ଚିକିତ୍ସାରେ ବ୍ୟବହାର କରୁଛନ୍ତି।

ଆଣ୍ଟି ଏଚଆଇଭି ଡ୍ରଗ୍ କାଲେଟ୍ରା, ଆଣ୍ଟି ଫ୍ଲୁ ଡ୍ରଗ୍ ଆଭିଗନକୁ ବି କୋରନା ବିପକ୍ଷରେ ବ୍ୟବହାର କରାଯିବା ସହ ଏହା କେତେ କାମ କରୁଛି ତାର ପରୀକ୍ଷଣ ଚାଲିଛି …ଏପଟେ ଚଣ୍ଡିଗଡର PGIMER ସଂସ୍ଥା ଶରୀରର ରୋଗ ନିରୋଧକ ଶକ୍ତି ବୃଦ୍ଧି ଲାଗି ଉଦ୍ଦିଷ୍ଟ କାଡ଼ିଲା ଫାର୍ମାର ସେପ୍ସିଭାକ୍ ଡ୍ରଗ୍ର  କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛି।

ସେହିପରି ହେପାଟାଇଟିସ୍ ବି ଓ ସି ର ଚିକିତ୍ସା ଲାଗି ବ୍ୟବହୃତ ପେଗିଲେଟେଡ୍ ଇଣ୍ଟରଫେରନ ଆଲଫା-୨ବିର କରୋନା ଟ୍ରାଏଲ ଲାଗି ଅନୁମତି ଦେବାକୁ କାଡ଼ିଲା ଫାର୍ମା, ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆର ଅନୁମତି ମାଗିଛି। ଚୀନ୍ ଓ କ୍ୟୁବା ଏହି ଔଷଧ ବ୍ୟବହାର କରି କୋରନା ବିରୁଦ୍ଧରେ ସଫଳତା ପାଇଥିବା କୁହାଯାଉଛି।

ଆଣ୍ଟିବଡି ଓ ପ୍ଲାଜ୍ମା ଥେରାପିକୁ ବି କରୋନା ବିରୁଦ୍ଧରେ ପରୀକ୍ଷଣ କରାଯାଉଛି। ନେଦରଲ୍ୟାଣ୍ଡର ବୈଜ୍ଞାନିକମାନେ କରୋନା ସହ ଲଢିପାରୁଥିବା ମନୋକ୍ଲୋନାଲ ଆଣ୍ଟିବଡି ପ୍ରସ୍ତୁତ କରିଥିବା ଦାବି କରିଛନ୍ତି। ଏହି ଧରଣର ଆଣ୍ଟିବଡି ସାର୍ସ ଓ କ୍ୟାନସର ଚିକିତ୍ସା କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇଛି।

ଏପଟେ କରୋନାକୁ ପରାସ୍ତ କରିବା ଲାଗି ଭାରତରେ ପ୍ଲାଜମା ଥେରାପିର ସହାୟତା ନିଆଯାଉଛି। ଏହା କେତେକାଂଶରେ ସଫଳ ମଧ୍ୟ ହୋଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ଲକ୍ଷ୍ମଣ ନଥିବା ବ୍ୟକ୍ତି ଓ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ଭାରତ ସମେତ ବିଶ୍ୱର ଅନେକ ଦେଶରେ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌କୁ ବ୍ୟବହାର କରାଯାଉଛି।

Related Posts

About The Author

Add Comment