ପଞ୍ଜୁରୀ ଭିତରେ ମଣିଷ, ଖୋଲା ଆକାଶରେ ପକ୍ଷୀ

Spread the love

ବାଲିଗୁଡା, ୦୩/୦୫/୨୦ (ସନ୍ଧାନ ନିଉଜ) : କରୋନା ମହାମାରୀ ପାଇଁ ଦେଶ ଏବେ ଲକଡାଉନ୍। ମଣିଷ ଏବେ ଘରେ ବନ୍ଦୀ ହୋଇ ପକ୍ଷୀଙ୍କ ପରି ପଞ୍ଜୁରୀ ଭିତରେ ରହିଛି। ହେଲେ ଏହି ସମୟରେ ମୁକ୍ତାକାଶରେ ବଢ଼ିଛି ପକ୍ଷୀଙ୍କ ସଂଖ୍ୟା। ହୁଏତ ଏହି ଲକଡାଉନ୍ ଦେଶର ଅର୍ଥନୀତି ପାଇଁ ଖରାପ। ଯେଉଁଥିପାଇଁ ଆଗକୁ ମଣିଷ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ଯାଉଛି। ହେଲେ ପକ୍ଷୀମାନଙ୍କ ପାଇଁ ଏହି ଲକଡାଉନ୍ ବହୁତ ଭଲ ସାବ୍ୟସ୍ତ ହୋଇଛି। ଲକଡାଉନ୍ ପ୍ରଭାବରେ ବାୟୁମଣ୍ଡଳର ଗୁଣବତ୍ତା ଏବଂ ଶବ୍ଦ ପ୍ରଦୂଷଣ କମିଛି। ଯାହାର ଅନୁକୂଳ ପ୍ରଭାବ ପରୋକ୍ଷରେ ପକ୍ଷୀଙ୍କ ଉପରେ ପଡ଼ିଛି। ତେଣୁ ଆକାଶରେ ପକ୍ଷୀ ଏବଂ ପ୍ରଜାପତିଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ଅଧିକ ରହିଥିବା ଜଣାପଡ଼ିଛି। ଲକଡାଉନ୍ ପାଇଁ ପକ୍ଷୀମାନେ ଅଧିକ ନିରାପଦ ରହିବା ସହିତ ପ୍ରଜନନ କ୍ଷମତା ବଢ଼ାଇ ପାରିଛନ୍ତି। ତେଣୁ ପକ୍ଷୀଙ୍କ ସଂଖ୍ୟା ପୂର୍ବ ତୁଳନାରେ ଅଧିକ ବଢ଼ିଛି ବୋଲି ବନ୍ୟଜନ୍ତୁ ବିଷେଶଜ୍ଞ ମାନେ ଅନୁମାନ କରୁଛନ୍ତି। କଳ କାରଖାନା ଗୁଡ଼ିକର ଯନ୍ତ୍ରପାତି ଶବ୍ଦ, ଗାଡ଼ି ମୋଟରର ହର୍ଣ୍ଣ, ଇଞ୍ଜିନର ଶବ୍ଦ ବହୁତ କମିଥିବାରୁ ସକାଳ ଓ ସନ୍ଧ୍ୟାରେ ପକ୍ଷୀମାନଙ୍କର କିଚିରି ମିଚିର ଶବ୍ଦ ଅଧିକ ଶୁଣାଯାଉଛି। ଶବ୍ଦ ପ୍ରଦୂଷଣ କମିବା ଦ୍ୱାରା ପକ୍ଷୀମାନେ ନିରାପଦ ଭାବରେ ପ୍ରଜନନ କ୍ଷମତା ବଢ଼ାଇ ପାରନ୍ତି। ଏଥିସହ ପରସ୍ପର ମଧ୍ୟରେ କଥାବାର୍ତ୍ତା କରିପାରନ୍ତି। ଯାହାକି ଲକଡାଉନ୍ ପାଇଁ ସଫଳ ହୋଇଛି ବୋଲି ଏକ ଆକଳନ ରୁ କୁହାଯାଇଛି।

Related Posts

About The Author

Add Comment